ମସ୍କୋ: ରୁଷିଆର ଗାମ‌ାଲିୟା ଗବେଷଣା କେନ୍ଦ୍ର ଓ ରୁଷୀୟ ପ୍ରତ୍ୟକ୍ଷ ନିବେଶ ପାଣ୍ଠି (ଆରଡିଆଇଏଫ) ପକ୍ଷରୁ ବିକଶିତ କରୋନା ଟିକା ସ୍ପୁଟନିକ୍‌-ଭି ୯୫ ପ୍ରତିଶତ ଫଳପ୍ରଦ ବୋଲି ଘୋଷଣା କରାଯାଇଛି। ଲୋକଙ୍କୁ ଏହି ଟିକାର ପ୍ରଥମ ଡୋଜ୍‌ ଦିଆଯିବାର ୪୨ ‌ଦିନ ପରେ ହୋଇଥିବା ତଥ୍ୟ ବିଶ୍ଳେଷଣରୁ ଏହା ଜଣାପଡ଼ିଛି ବୋଲି ରୁଷିଆର ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି। ଦୁଇ ଡୋଜ୍ ବିଶିଷ୍ଟ ଏହି ଟିକା ଅନ୍ତର୍ଜାତୀୟ ବଜାରରେ ଡୋଜ୍‌ ପିଛା ୧୦ ଡଲାରରୁ କମ୍‌ ମୂଲ୍ୟରେ ଉପଲବ୍ଧ ହେବ।

ଉକ୍ତ ଟିକାକୁ ୨ରୁ ୮ ଡିଗ୍ରି ତାପମାତ୍ରା ବିଶିଷ୍ଟ ପାତ୍ରରେ ରଖାଯାଇ ପାରିବ। ଫାଇଜର ଓ ମଡର୍ଣ୍ଣା ଟିକା ଭଳି ଏହାର ମହଜୁଦ ପାଇଁ ବିଯୁକ୍ତ ୭୦ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରାର ଆବଶ୍ୟକତା ନାହିଁ। ପ୍ରଥମ ଡୋଜ୍ ନେବାର ୨୮ ଦିନ ପରେ ଦ୍ବିତୀୟ ଡୋଜ୍ ନେଲେ ସ୍ପୁଟନିକ-ଭି ଟିକାର ଫଳପ୍ରଦତା ୯୧.୪ ପ୍ରତିଶତ ଏବଂ ୪୨ ଦିନ ବ୍ୟବଧାନରେ ନେଲେ ଫଳପ୍ରଦତା ୯୫ ପ୍ରତିଶତରୁ ଅଧିକ ବୋଲି କୁହାଯାଇଛି।

The post ସ୍ପୁଟିନିକ୍‌ ଭି ଟିକା ୯୫% ଫଳପ୍ରଦ first appeared on Sambad.



from କରୋନା – Sambad https://ift.tt/2HBJExw