ନୂଆଦିଲ୍ଲୀ: ଆମେରିକୀୟ କମ୍ପାନି ଫାଇଜର ନିଜର କୋଭିଡ୍‌-୧୯ ଟିକାର ଜରୁରୀ ବ୍ୟବହାର ପାଇଁ ପ୍ରଶାସନର ଅନୁମତି ଲୋଡ଼ିଛି। କୋଭିଡ୍‌ ଟିକାର ଏଭଳି ବ୍ୟବହାର ଅନୁମତି ମାଗିବାରେ ଫାଇଜର୍‌ ସଂସ୍ଥା ବିଶ୍ବରେ ପ୍ରଥମ। ମଡ଼ର୍ଣ୍ଣା ମଧ୍ୟ ନିଜ ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ମାଗିବ ବୋଲି ଜଣାପଡ଼ିଛି। ଯଦି ପ୍ରଶାସନ ଫାଇଜର୍‌କୁ କୋଭିଡ୍‌ ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ଦିଏ ତା’ହେଲେ ଆସନ୍ତା ମାସରୁ ହିଁ ସାର୍ବଜନୀନ ଭାବେ ଟିକାର ବ୍ୟବହାର ଆରମ୍ଭ ହୋଇଯିବ। ଫାଇଜର୍‌ ଟିକା ଚୂଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷଣରେ ପ୍ରାୟ ୯୫ ପ୍ରତିଶତ ସଫଳତା ହାସଲ କରିଥବା ଦାବି କରିବା ସହ ଟିକାର ସୁରକ୍ଷା ସ୍ଥିତିକୁ ଆହୁରି ସୁଦୃଢ଼ କରିବା ପାଇଁ ଯଥାଶୀଘ୍ର ଏହାର ପ୍ରୟୋଗ ଚାହୁଛି। ଏହା ବ୍ୟତୀତ ୟୁରୋପ୍‌ ଏବଂ ବ୍ରିଟେନ୍‌ରେ ଜରୁରୀ ବ୍ୟବହାର ଆବେଦନ ଲୋଡ଼ିବାକୁ ଫାଇଜର୍‌ ପ୍ରସ୍ତୁତ ହେବଉଛି।

ଫାଇଜର ଟିକାର ଉତ୍ପାଦନ ଉପରେ ଏବେ ଆମେରିକା, ୟୁରୋପୀୟ ସଂଘ, ଜାପାନ ଓ ବ୍ରିଟେନ୍‌ ଆଦି ରାଷ୍ଟ୍ରର ନଜର ରହିଛି। ପ୍ରଥମ ପର୍ଯ୍ୟାୟରେ ଏହି ରାଷ୍ଟ୍ରମାନେ ଫାଇଜର ଟିକା ପାଇବ। ଡିସେମ୍ବର ଶେଷ ସୁଦ୍ଧା ଫାଇଜର କୋଭିଡ୍‌ ଟିକାର ୫ କୋଟି ମାତ୍ରା ପ୍ରସ୍ତୁତ କରି ବିତରଣ କରିବ ବୋଲି ଜଣାପଡ଼ିଛି।

The post ବିଶ୍ବରେ ପ୍ରଥମ: ଟିକାର ଜରୁରୀକାଳୀନ ବ୍ୟବହାର ଅନୁମତି ଲୋଡ଼ିଲା ଫାଇଜର୍‌ first appeared on Sambad.



from କରୋନା – Sambad https://ift.tt/3fkXfFP