ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ୯୦ ଲକ୍ଷ ୫୦ ହଜାର ଟପିଯାଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୪୬ ହଜାର ୨୩୨ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୫୬୪ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ଆରୋଗ୍ୟ ହାର ୯୩.୬୭ ପ୍ରତିଶତକୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ମୃତ୍ୟୁସଂଖ୍ୟା ୧ ଲକ୍ଷ ୩୨ ହଜାର ୭୨୬କୁ ବୃଦ୍ଧି ପାଇଛି। ଲଗାତାର ୧୧ ଦିନ ଧରି ଦେଶରେ ସକ୍ରିୟ ମାମଲା ୧୧ ଲକ୍ଷରୁ କମ୍‌ ରହିଛି। ଦେଶରେ ଏବେ ୪ ଲକ୍ଷ ୩୯ ହଜାର ୭୪୭ ସକ୍ରିୟ ମାମଲା ରହିଛି। ଏହା ମୋଟ୍‌ ସଂକ୍ରମଣ ମାମଲାର ୪.୮୬ ପ୍ରତିଶତ। ଅନ୍ୟପକ୍ଷେ ଆରୋଗ୍ୟଙ୍କ ସଂଖ୍ୟର ୮୪ ଲକ୍ଷ ୭୮ ହଜାର ୧୨୪ ପହଞ୍ଚିଛି। ଅନ୍ୟପକ୍ଷେ ଦେଶରେ ଟେଷ୍ଟିଂ ୧୩ କୋଟି ଟପିଛି। ଶୁକ୍ରବାର ଦେଶରେ ୧୦ ଲକ୍ଷ ୬୬ ହଜାର ୨୨ ନମୁନା ପରୀକ୍ଷା ହୋଇଥିବା ବେଳେ ନଭେମ୍ବର ୨୦ ସୁଦ୍ଧା ମୋଟ୍‌ ୧୩.୦୬ କୋଟି ନମୁନା ପରୀକ୍ଷା ହୋଇଛି।

The post ୪୬ ହଜାର ନୂଆ ସଂକ୍ରମଣ, ଦେଶରେ ‌ଟେଷ୍ଟିଂ ୧୩ କୋଟି ଟପିଲା first appeared on Sambad.



from କରୋନା – Sambad https://ift.tt/2UQv3kS