
ନୂଆଦିଲ୍ଲୀ : କରୋନା ଟିକା ସମସ୍ତଙ୍କୁ ଉପଲବ୍ଧ ହେଲା ବେଳକୁ ୨୦୨୪ ହୋଇଯିବ। ବିଶ୍ବର ଅନେକ ଧନୀ ରାଷ୍ଟ୍ର ନିଜ ନିଜ ଦେଶ ପାଇଁ ପର୍ଯ୍ୟାପ୍ତ ଟିକା ବରାଦ କରିସାରିଛନ୍ତି। ଏଥିଯୋଗୁଁ ଭାରତ ମଳି ମଧ୍ୟମ ଆୟବର୍ଗର ରାଷ୍ଟ୍ରରେ ସମସ୍ତଙ୍କ ପାଇଁ ଟିକା ଉପଲବ୍ଧ ହେବାରେ ବିଳମ୍ବ ହେବ। ବିଶ୍ବର ସମସ୍ତ ରାଷ୍ଟ୍ରରେ ଟିକାକରଣ ପ୍ରକ୍ରିୟା ସଂପୂର୍ଣ୍ଣ ହେବା ବେଳକୁ ୨୦୨୪ ହୋଇଯିବ ବୋଲି ସିରମ୍ ଇନ୍ଷ୍ଟିଚ୍ୟୁଟ୍ର ସିଇଓ ଆଦର ପୁନାୱାଲା କହିଛନ୍ତି।
୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଭାରତରେ ସମସ୍ତଙ୍କୁ ଟିକା (ପ୍ରତି ବ୍ୟକ୍ତି ପିଛା ଦୁଇଟି ମାତ୍ରା) ପ୍ରଦାନ କରିବା ବହୁତ ବଡ଼ ଚ୍ୟାଲେଂଜ ହେବ। ଭାରତ ଆଗୁଆ ୧୯୦ କୋଟି ଟିକା ବରାଦ କରି ଥିବା ବେଳେ ଆହୁରି ୭୦ କୋଟି ଟିକା ଅଧିକ ଆବଶ୍ୟକ ହେବ। କାନାଡ଼ା ନିଜର ଜନସଂଖ୍ୟା ଅନୁପାତରେ ପ୍ରତି ନାଗରିକଙ୍କ ପାଇଁ ୧୦ଟି ଲେଖାଏଁ ମାତ୍ରା ବରାଦ କରିଛି। ଅନ୍ୟପକ୍ଷରେ ଆମେରିକା ୧୧୦ କୋଟି ଟିକା ବରାଦ କରିଛି। ଜନସଂଖ୍ୟା ଅନୁପାତରେ ଆମେରିକା ପ୍ରତ୍ୟେକ ନାଗରିକଙ୍କ ପାଇଁ ୩ଟି ଲେଖାଏଁ ମାତ୍ରା ବରାଦ କରିଥିବା ଜଣାପଡ଼ିଛି।
The post ୨୦୨୪ ସୁଦ୍ଧା ସମସ୍ତଙ୍କୁ କୋଭିଡ୍ ଟିକା ଉପଲବ୍ଧ ହେବ first appeared on Sambad.
from କରୋନା – Sambad https://ift.tt/3pynBZK
0 Comments