ବ୍ରହ୍ମପୁର : ଏମ୍‌କେସିଜି ବଡ଼ ମେଡିକାଲ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିବା ଜଣେ ହାବିଲଦାର ମେଜର୍‌ଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ପ୍ରଫୁଲ୍ଲ ଖଣ୍ଡୁଆଳ(୫୪) ବୋଲି ସୂଚନା ମିଳିଛି। ଆଜି ଗାର୍ଡ଼ ଅଫ୍ ଅନର୍‌ ଦିଆଯିବା ପରେ ନୀଳକଣ୍ଠନଗର ସ୍ଥିତ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି। କବିସୂର୍ଯ୍ୟନଗର ନିବାସୀ ଶ୍ରୀ ଖଣ୍ଡୁଆଳ କୋରାପୁଟ ରିଜର୍ଭ ପୁଲିସରେ ହାବିଲଦାର ମେଜର୍‌ ଭାବେ କାମ କରୁଥିଲେ। ଗତ ୫ଦିନ ତ‌ଳେ ସେ ଛୁଟିରେ ଘରକୁ ଆସିଥିଲେ। ଗତକାଲି ସକାଳେ ତାଙ୍କର ଶ୍ବାସକ୍ରିୟା ଜନିତ ସମସ୍ୟା ଦେଖା ଦେଇଥିଲା। ନିଃଶ୍ବାସ ନେବାରେ ସେ କଷ୍ଟ ଅନୁଭବ କରିବା ସହ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କୁ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଅମ୍ଳଜାନ ସ୍ତର ହ୍ରାସ ପାଇବାରୁ ଅପରାହ୍‌ଣରେ ତାଙ୍କର ମୃତ୍ୟୁ ଘଟିଥିଲା।

The post କୋଭିଡ୍‌ ହସ୍ପିଟାଲ୍‌ରେ ହାବିଦଲଦାର୍‌ ମେଜର୍‌ଙ୍କ ମୃତ୍ୟୁ first appeared on Sambad.



from କରୋନା – Sambad https://ift.tt/32MK2Ra