ଭୁବନେଶ୍ବର: ଧୀରେ ଧୀରେ କମ୍ ହେବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୧୨୦୧ ଜଣ ନୂଅା କରୋନା ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୯୭ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ବାକି ୫୦୪ ସ୍ଥାନୀୟ ସଂକ୍ରମିତ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୪ ହଜାର ୪୧୫ରେ ପହଞ୍ଚିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୨ ଲକ୍ଷ ୭୯ ହଜାର ୯୧ ଜଣ। ସେହିପରି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧୩ ହଜାର ୯୧୯।
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଳାରୁ ୪୯ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ବାଲେଶ୍ବରରୁ ୪୮, ବରଗଡ଼ରୁ ୫୮, ଭଦ୍ରକରୁ ୨୭, ବଲାଙ୍ଗୀରରୁ ୫୨, ବୌଦ୍ଧରୁ ୮, କଟକରୁ ୬୯, ଦେବଗଡ଼ରୁ ୫, ଢେଙ୍କାନାଳରୁ ୧୪, ଗଜପତିରୁ ୨, ଗଞ୍ଜାମରୁ ୬୧, ଜଗତ୍ସିଂହପୁରରୁ ୭୩, ଯାଜପୁରରୁ ୨୮, ଝାରସୁଗୁଡ଼ାରୁ ୩୫, କଳାହାଣ୍ଡିରୁ ୨୬, କନ୍ଧମାଳରୁ ୯, କେନ୍ଦ୍ରାପଡ଼ାରୁ ୪୩, କେନ୍ଦୁଝରରୁ ୩୨, ଖୋର୍ଦ୍ଧାରୁ ୧୩୨, କୋରାପୁଟରୁ ୨୮, ମାଲକାନଗିରିରୁ ୩୦, ମୟୂରଭଞ୍ଜରୁ ୭୩, ନବରଙ୍ଗପୁରରୁ ୨୪, ନୟାଗଡ଼ରୁ ୧୪, ନୂଆପଡ଼ାରୁ ୫୭, ପୁରୀରୁ ୪୩, ରାୟଗଡ଼ାରୁ ୧୫, ସମ୍ବଲପୁରରୁ ୩୧, ସୋନପୁରରୁ ୨୪, ସୁନ୍ଦରଗଡ଼ରୁ ୬୭, ଷ୍ଟେଟ୍ପୁଲ୍ରୁ ୨୪ ଜଣ ସଂକ୍ରମିତ ହୋଇଛନ୍ତି।
ସେହିପରି ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୨ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଏମାନେ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ବୋଲି ସୂଚନା ରହିଛି।
The post ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨୦୧ ଜଣ ନୂଅା କରୋନା ସଂକ୍ରମିତ ଚିହ୍ନଟ, ପୁଣି ୧୨ କରୋନା ଜନିିତ ମୃତ୍ୟୁ first appeared on Sambad.
from କରୋନା – Sambad https://ift.tt/327idmg
0 Comments