ଭୁବନେଶ୍ୱର: ରାଜ୍ୟରେ ଆଜି ୧ ହଜାର ୪୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୦ ହଜାର ୫୫୩କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି।

 

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ୧୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକ ଜିଲ୍ଲାରୁ ୧୨୮ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୦୪ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୭୭ ଜଣ, ଅନୁଗୁଳ ଜିଲ୍ଲାରୁ ୭୨ ଜଣ, ବଲାଙ୍ଗୀର ଜିଲ୍ଲାରୁ ୬୫ ଜଣ, ପୁରୀ ଜିଲ୍ଲାରୁ ୫୬ ଜଣ, ବାଲେଶ୍ୱର, ଝାରସୁଗୁଡ଼ା ଜିଲ୍ଲାରୁ ୫୪ ଜଣ ଲେଖାଏଁ, ବରଗଡ଼, ଜଗତସିଂହପୁର ଜିଲ୍ଲାରୁ ୫୩ ଜଣ ଲେଖାଏଁ, ନବରଂଗପୁର ଜିଲ୍ଲାରୁ ୪୭ ଜଣ, ଯାଜପୁର, ମୟୂରଭଂଜ ଜିଲ୍ଲାରୁ ୪୨ ଜଣ ଲେଖାଏଁ ଓ କେନ୍ଦୁଝର ଜିଲ୍ଲାରୁ ୪୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 

ସେହିଭଳି ଗଂଜାମ ଜିଲ୍ଲାରୁ ୩୯ ଜଣ, ନୂଆପଡ଼ା ଜିଲ୍ଲାରୁ ୩୬ ଜଣ, କଳାହାଣ୍ଡି ଜିଲ୍ଲାରୁ ୩୪ ଜଣ, ବୌଦ୍ଧ, ସମ୍ବଲପୁର ଜିଲ୍ଲାରୁ ୩୨ ଜଣ ଲେଖାଏଁ, ମାଲକାନଗିରି ଜିଲ୍ଲାରୁ ୨୭ ଜଣ, ଭଦ୍ରକ ଜିଲ୍ଲାରୁ ୨୫ ଜଣ, କୋରାପୁଟ, ନୟାଗଡ଼ ଜିଲ୍ଲାରୁ ୨୪ ଜଣ ଲେଖାଏଁ, ଦେବଗଡ଼ ଜିଲ୍ଲାରୁ ୧୬ ଜଣ, ଢେଙ୍କାନାଳ, କନ୍ଧମାଳ, ସୁବର୍ଣ୍ଣପୁର ଜିଲ୍ଲାରୁ ୧୫ ଜଣ, ଗଜପତି ଜିଲ୍ଲାରୁ ୭ ଜଣ ଓ ରାଜ୍ୟପୁଲରୁ ୬୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

The post ରାଜ୍ୟରେ କରୋନାରୁ ଆଜି ସୁସ୍ଥ ହେଲେ ୧୪୬୨ ଆକ୍ରାନ୍ତ first appeared on Sambad.



from କରୋନା – Sambad https://ift.tt/2TPayUZ