ଜେନେଭା : କରୋନା ମହାମାରୀ ଭଳି ଜଟିଳ ସମୟ‌‌ରେ ଫିଟ୍‌ ରହିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ତେବେ ଫିଟ୍‌ ରହିବାପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) କଠିନ ବ୍ୟାୟାମ କରିବାପାଇଁ ପରାମର୍ଶ ଦେଇଛନ୍ତି। ସମସ୍ତ ପ୍ରାପ୍ତ ବୟସ୍କ ବ୍ୟକ୍ତି ଏବଂ ଶିଶୁ ଫିଟ୍‌ ରହିବା ପାଇଁ ଅଧିକ ଚଲାବୁଲା କରିବା ଉଚିତ। ଏମାନେ ପ୍ରତିଦିନ ପ୍ରାୟ ଘଣ୍ଟାଏ ବ୍ୟାୟାମ କରିବା ଉଚିତ ଏବଂ ଇଲେକଟ୍ରୋନିକ୍‌ ସ୍କ୍ରିନ୍‌ ସମ୍ମୁଖରେ ଖୁବ୍‌ କମ୍‌ ସମୟ ବସିବା ଉଚିତ। ପ୍ରାପ୍ତ ବୟସ୍କ ବ୍ୟକ୍ତିମାନେ ଚାଲିବା ସହ ସାଇକେଲ୍‌ ଚଳାଇପାରିବେ, ବଗିଚା କାମ କରିପାରିବେ ଏବଂ ବଗିଚା ସଫା ବି କରିପାରିବେ ବୋଲି ‘ହୁ’ କହିଛନ୍ତି। ଗର୍ଭବତୀ ମହିଳା ଏବଂ ମା’ ମାନେ ଫିଟ୍‌ ରହିବାପାଇଁ ହାଲୁକା ବ୍ୟାୟାମ କରିବାପାଇଁ କୁହାଯାଇଛି।

The post କରୋନା ସମୟରେ ଫିଟ୍‌ ରହିବା ପାଇଁ ୧୫୦ ମିନିଟ୍‌ର ବ୍ୟାୟାମ ଜରୁରୀ: ‘ହୁ’ first appeared on Sambad.



from କରୋନା – Sambad https://ift.tt/3o4vnsN