ୱାସିଂଟନ୍‌: ଆମେରିକାରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪୦୦ରୁ ଅଧିକ କରୋନା ମୃତ୍ୟୁ ହୋଇଛି। ଜନ୍‌ ହପକିନ୍ସ ବିଶ୍ବବିଦ୍ୟାଳୟର ଏହି ତଥ୍ୟ ଅନୁଯାୟୀ ଗତ ୬ ମାସ ମଧ୍ୟ‌ରେ ଆମେରିକାରେ ଏହା ସର୍ବାଧିକ କରୋନା ମୃତ୍ୟୁ। ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୨୪୩୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ଏବଂ ଲକ୍ଷାଧିକ ନୂଆ ସଂକ୍ରମଣ ମାମଲା ଆସିଛି। ଆମେରିକାରେ ମୋଟ୍‌ ୨ ଲକ୍ଷ ୬୨ ହଜାରରୁ ଅଧିକଙ୍କର କରୋନାରେ ମୃତ୍ୟୁ ହୋଇଛି। ସଂକ୍ରମଣ ମାମଲା ବଢ଼ିବାରୁ ଆମେରିକାରେ ହସ୍ପିଟାଲ୍‌ମାନଙ୍କରେ ବେଡ୍‌ ଅଭାବ ଦେଖାଦେଲାଣି। ଆମେରିକାରେ ସବୁ ବଡ଼ ସହରରେ ଆତଙ୍କ ଖେଳାଇଥିବା କରୋନା ଏବେ ଛୋଟ ସହର ଏବଂ ଗ୍ରାମାଞ୍ଚଳକୁ ବ୍ୟାପିଗଲାଣି। ହସ୍ପିଟାଲ୍‌ ମାନଙ୍କରେ ଚିକିତ୍ସା ଉପକରଣ ଅଭାବ ସହିତ ସ୍ପେସାଲିଷ୍ଟ୍‌ ଏବଂ ନର୍ସ‌୍‌ଙ୍କର ମଧ୍ୟ ଅଭାବ ଦେଖାଦେଇଛି।

The post ଆମେରିକାରେ କରୋନାର ଉଗ୍ର ରୂପ, ୨୪ ଘଣ୍ଟାରେ ୨୪୩୯ ମୃତ୍ୟୁ first appeared on Sambad.



from କରୋନା – Sambad https://ift.tt/2VcU6OV