ବାରିପଦା : ଜିଲ୍ଲାରେ କରୋନା ଆଜି ମିଶ୍ରିତ ଫଳ ଆଣିଛି। ଜିଲ୍ଲାରେ ଆଜିସୁଦ୍ଧା ଚିକିତ୍ସାଧୀନ ଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ଶହ ତଳକୁ ଖସିଛି। ଆଜି ସୁଦ୍ଧା ଜିଲ୍ଲାରେ ୪୮୦ ଜଣ ସକ୍ରିୟ ଥାଇ କୋଭିଡ୍ ହସ୍ପିଟାଲ ଏବଂ ହୋମ୍ ଆଇସୋଲେସନରେ ଚିକିତ୍ସିତ ହେଉଛନ୍ତି। ଏହା କରୋନା ଲଢ଼େଇରେ ନିଶ୍ଚୟ ଏକ ସକରାତ୍ମକ ବିଷୟ। ତେବେ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ହଜାର ଅତିକ୍ରମ କରିଛି। ଯାହାକି ଚିନ୍ତାର କାରଣ ପାଲଟିଛି। ଆଜି ମୟୂରଭଞ୍ଜ ଜିଲ୍ଲାରୁ ୩୬ ଜଣ ନୂତତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ ଜିଲ୍ଲାରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୩, ୦୪୬ରେ ପହଞ୍ଚିଛି । ସେହିପରି ଗତକାଲି ସୁଦ୍ଧା ଜିଲ୍ଲାରେ ସୁସ୍ଥ ସଂଖ୍ୟା ୧୨, ୪୮୪ ରହିଛି। ଆଜି ଜଣେ ୮୪ ବର୍ଷ ବୟସ୍କ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ୮୨ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରରୀ ଭାବେ ସୂଚନା ଦିଆଯାଇଛି। ମାତ୍ର ଏହି ସଂଖ୍ୟା ଆହୁରି ଅଧିକ ହେବା ନେଇ ବେସରକାରୀ ଭାବେ ଜଣାପଡ଼ିଛି ।

The post ବାରିପଦା : ୫ଶହ ତଳକୁ ଖସିଲା କରୋନା ସକ୍ରିୟଙ୍କ ସଂଖ୍ୟା first appeared on Sambad.



from କରୋନା – Sambad https://ift.tt/3m9II2s