କଟକ: ଆଜି କଟକ ସହରରୁ ମୋଟ ୩୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୨୨ ଜଣ ଓ ସ୍ଥାନୀୟ ଅଂଚଳରୁ ୧୭ ଜଣ ଅଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସରକାରୀ ସଂଗରୋଧରୁ ୧୨ ଜଣ ଓ ଗୃହ ସଂଗରୋଧରୁ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

 

ସୂଚନାଯୋଗ୍ୟ, ଆଜି କଟକ ଜିଲ୍ଲାରୁ ମୋଟ ୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ କଟକ ସହରରୁ ୩୯ ଜଣ ଅଛନ୍ତି। ତେବେ ଏପର୍ଯ୍ୟନ୍ତ କଟକ ସହରରୁ ୧୪ ହଜାର ୯୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୪ ହଜାର ୧୩୫ ଜଣ ସୁସ୍ଥ ହୋଇସାରିଛନ୍ତି। କିନ୍ତୁ ୭୯୨ ଜଣ ଚିକିତ୍ସାଧୀନ ଥିବା ବେଳେ ୭୦ ଜଣଙ୍କର ମୃତ୍ୟୁ ହୋଇଛି।

The post କଟକ ସହରରୁ ଆଜି ୩୯ କରୋନା ପଜିଟିଭ୍‌ ଚିହ୍ନଟ, ସ୍ଥାନୀୟ ଅଂଚଳରୁ ୧୭ ଜଣ ଆକ୍ରାନ୍ତ first appeared on Sambad.



from କରୋନା – Sambad https://ift.tt/3kWXSY5