
ବ୍ରହ୍ମପୁର: କରୋନାରୁ ସୁସ୍ଥ ହୋଇଥିବା ‘ସମ୍ବାଦ’ ବ୍ରହ୍ମପୁର ସଂସ୍କରଣର ଆମ ଓଡ଼ିଶା ସଂଯୋଜକ ବସନ୍ତ କୁମାର ପଣ୍ଡା ଆଜି ବ୍ରହ୍ମପୁର ବଡ଼ ମେଡ଼ିକାଲରେ ପ୍ଲାଜ୍ମା ଦାନ କରିଛନ୍ତି। ଗତ ଅଗଷ୍ଟ ୧୦ ତାରିଖରେ ସେ ସଂକ୍ରମିତ ହୋଇ ହୋମ୍ ଆଇସୋଲେସନ୍ରେ ରହିବା ପରେ ୨୧ ତାରିଖରେ ସୁସ୍ଥ ହୋଇଥିଲେ। ରକ୍ତଭଣ୍ଡାର ଡାକ୍ତର ସୁସ୍ମିତା ବେହେରାଙ୍କ ପରାମର୍ଶ କ୍ରମେ ପ୍ଲାଜ୍ମା ଦାନ କରିବା ଲାଗି ସମ୍ମତି ଜଣାଇଥିଲେ।
ଆଜି ବ୍ରହ୍ମପୁର ବଡ଼ ମେଡ଼ିକାଲ ପ୍ଲାଜ୍ମା ବ୍ୟାଙ୍କ୍ରେ ଶ୍ରୀ ପଣ୍ଡା ପ୍ଲାଜ୍ମା ଦାନ କରିଛନ୍ତି। ଏହା ଦ୍ବାରା ଆଉ ଜଣେ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଲେ ସେ ନିଶ୍ଚିତ ଭାବେ ଖୁସି ହେବେ ବୋଲି କହିଛନ୍ତି। ଶ୍ରୀ ପଣ୍ଡାଙ୍କ ଏହି ପଦକ୍ଷେପକୁ ସମସ୍ତ କର୍ମଚାରୀ ବୃନ୍ଦ ପ୍ରଶଂସା କରିଛନ୍ତି। ଆଜି ସୁଦ୍ଧା ବ୍ରହ୍ମପୁର ରକ୍ତଭଣ୍ଡାରରେ ୨୯୦ ଜଣ ପ୍ଲାଜ୍ମା ଦାନ କରିଥିବା ବେଳେ ୬୬୬ ୟୁନିଟ ସଂଗ୍ରହ କରାଯାଇଛି।
The post ପ୍ଲାଜ୍ମା ଦାନ କଲେ 'ସମ୍ବାଦ' କର୍ମଚାରୀ first appeared on Sambad.
from କରୋନା – Sambad https://ift.tt/359yadH
0 Comments