ଭୁବନେଶ୍ୱର: ରାଜ୍ୟରେ ଆଜି କରୋନାରୁ ୧୬୪୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୫ ହଜାର ୧୭୪କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରି ଏହି ସୂଚନା ଦିଆଯାଇଛି।

 

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୧୮୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ମୟୂରଭଂଜ ଜିଲ୍ଲାରୁ ୧୪୯ ଜଣ, ଜଗତସିଂହପୁର ଜିଲ୍ଲାରୁ ୧୨୨ ଜଣ, କଟକ ଜିଲ୍ଲାରୁ ୧୦୯ ଜଣ, ଅନୁଗୁଳ ଜିଲ୍ଲାରୁ ୮୪ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୮୩ ଜଣ, ବଲାଙ୍ଗୀର ଜିଲ୍ଲାରୁ ୭୮ ଜଣ, ବାଲେଶ୍ୱର ଜିଲ୍ଲାରୁ ୭୬ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୬୩ ଜଣ, କେନ୍ଦୁଝର ଜିଲ୍ଲାରୁ ୫୬ ଜଣ, ମାଲକାନଗିରି ଜିଲ୍ଲାରୁ ୫୪ ଜଣ ଓ କୋରାପୁଟ ଜିଲ୍ଲାରୁ ୫୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 

ସେହିପରି କଳାହାଣ୍ଡି, ନୂଅପଡ଼ା ଜିଲ୍ଲାରୁ ୪୮ ଜଣ ଲେଖାଏଁ, ପୁରୀ ଜିଲ୍ଲାରୁ ୪୭ ଜଣ, ନବରଂଗପୁର ଜିଲ୍ଲାରୁ ୪୨ ଜଣ, ବରଗଡ଼ ଜିଲ୍ଲାରୁ ୩୯ ଜଣ, ନୟାଗଡ଼ ଜିଲ୍ଲାରୁ ୩୩ ଜଣ, ଢେଙ୍କାନାଳ, ଗଂଜାମ, ଝାରସୁଗୁଡ଼ା ଜିଲ୍ଲାରୁ ୩୨ ଜଣ ଲେଖାଏଁ, ସମ୍ବଲପୁର ଜିଲ୍ଲାରୁ ୨୯ ଜଣ, ଭଦ୍ରକ ଜିଲ୍ଲାରୁ ୨୫ ଜଣ, ଯାଜପୁର ଜିଲ୍ଲାରୁ ୨୨ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୧୮ ଜଣ, ବୌଦ୍ଧ ଜିଲ୍ଲାରୁ ୧୭ ଜଣ, ଦେବଗଡ଼ ଜିଲ୍ଲାରୁ ୧୩ ଜଣ, କନ୍ଧମାଳ ଜିଲ୍ଲାରୁ ୧୨ ଜଣ, ରାୟଗଡ଼ା ଜିଲ୍ଲାରୁ ୮ ଜଣ, ଗଜପତି ଜିଲ୍ଲାରୁ ୪ ଜଣ ଓ ରାଜ୍ୟପୁଲରୁ ୩୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

The post ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୧୬୪୧ ଜଣ ଆକ୍ରାନ୍ତ first appeared on Sambad.



from କରୋନା – Sambad https://ift.tt/2TZ55LB