
ଭୁବନେଶ୍ବର : ରାଜଧାନୀରେ କରୋନା ସଂକ୍ରମଣ ୩୦ ହଜାର ଟପି ଯାଇଛି। ଗତ ୨୪ ଘଣ୍ଟାରେ ୫୪ନୂତନ କରୋନା ରୋଗୀ ଚିହ୍ନଟ ହେବା ପରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩୦,୦୧୯କୁ ବୃଦ୍ଧି ପାଇଛି। ଯାହାକି ଖୋର୍ଧା ଜିଲ୍ଲାର ପ୍ରାୟ ୬୦ ପ୍ରତିଶତ ଥିବା ବେଳେ ରାଜ୍ୟର ସମୁଦାୟ ସଂକ୍ରମଣର ୧୦ ପ୍ରତିଶତ।
ଅପରପକ୍ଷରେ ଭୁବନେଶ୍ବରରେ କରୋନା ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ୨ଜଣ କରୋନାରେ ପ୍ରାଣ ହରାଇବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯିବା ପରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୮୯କୁ ବୃଦ୍ଧି ପାଇଛି। ଖୋର୍ଧା ଜିଲ୍ଲାରେ ଏ ପର୍ଯ୍ୟନ୍ତ ୨୫୯ଜଣଙ୍କ କରୋନାରେ ପ୍ରାଣହାନି ଘଟିଛି। ଗତ ୨୪ ଘଣ୍ଟାରେ ଭୁବନେଶ୍ବରରେ ୭୨ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨୯,୦୭୪କୁ ବୃଦ୍ଧି ପାଇଛି। ଫଳରେ ରାଜଧାନୀରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୭୩୫କୁ ଖସି ଆସିଛି।
The post ରାଜଧାନୀରେ ୩୦ହଜାର ଟପିଲା ସଂକ୍ରମଣ, ଦିନକରେ ୫୪ ପଜିଟିଭ୍, ୨ ମୃତ first appeared on Sambad.
from କରୋନା – Sambad https://ift.tt/3psjxtR
0 Comments