
ଲକ୍ଷ୍ନୌ: ଉତ୍ତରପ୍ରଦେଶ ସରକାରଙ୍କ କୋଭିଡ୍ ପରିଚାଳନା ରଣନୀତିକୁ ପ୍ରଶଂସା କରିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (‘ହୁ’)। ଅନ୍ୟ ରାଜ୍ୟମାନଙ୍କ ପାଇଁ ଏହା ଏକ ଉଦାହରଣ ବୋଲି ‘ହୁ’ କହିଛି। ‘ହୁ’ର ପ୍ରତିନିଧି ରୋଡେରିକୋ ଓଫ୍ରିନ୍ କହିଛନ୍ତି, ଉତ୍ତରପ୍ରଦେଶ ସରକାର କଣ୍ଟାକ୍ଟ ଟ୍ରେସିଂ ଉଦ୍ୟମ ଦ୍ବାରା କରୋନାକୁ ଯେଭଳି ମୁକାବିଲା କରିଛନ୍ତି ତାହା ଅନ୍ୟ ରାଜ୍ୟମାନଙ୍କ ପାଇଁ ଏକ ଉଦାହରଣ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର କରୋନା ମୁକାବିଲା ପାଇଁ ଯୁଦ୍ଧସ୍ତରରେ କାମ କରିଥିଲେ ଏବଂ ହାଇ ରିସ୍କ କଣ୍ଟାକ୍ଟ୍ଗୁଡ଼ିକୁ ଚିହ୍ନଟ କରିବାରେ ସଫଳତା ପାଇଥିଲେ। ଏହି ଅଭିଯାନକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଭୂୟସୀ ପ୍ରଶଂସା କରିଛନ୍ତି। କରୋନା ସଂକ୍ରମିତ ହାଇ ରିସ୍କ କଣ୍ଟାକ୍ଟଙ୍କ ନିକଟରେ ପହଞ୍ଚିବାପାଇଁ ୭୦ହଜାରରୁ ଅଧିକ ଆଗ ଧାଡ଼ିର ସ୍ବାସ୍ଥ୍ୟକର୍ମୀ ରାଜ୍ୟବ୍ୟାପୀ କାମ କରିଛନ୍ତି। ମହାମାରୀ ନିୟନ୍ତ୍ରଣ ପାଇଁ କଣ୍ଟାକ୍ଟ ଟ୍ରେସିଂ ସବୁଠୁ ଗୁରୁତ୍ବପୂର୍ଣ୍ଣ ବୋଲି ଓଫ୍ରିନ୍ ମଧ୍ୟ ସ୍ବୀକାର କରିଛନ୍ତି। କଣ୍ଟାକ୍ଟ ଟ୍ରେସିଂ ଉଦ୍ୟମକୁ ଅଧିକ ସୁଦୃଢ଼ କରିବାପାଇଁ ଡବ୍ଲ୍ୟୁଏଚ୍ସ ଟିମ୍ ମଧ୍ୟ ରାଜ୍ୟ ସରକାରଙ୍କୁ ବୈଷୟିକ ସମର୍ଥନ ପ୍ରଦାନ କରିଛନ୍ତି। ଉତ୍ତରପ୍ରଦେଶର ୭୫ଟି ଜିଲ୍ଲାରେ ୫୮ ହଜାର କୋଭିଡ୍ ପଜିଟିଭ୍ ମାମଲାର କଣ୍ଟାକ୍ଟ ଟ୍ରେସିଂ କରାଯାଇଛି। ଏହାଦ୍ବାରା ୯୩ ପ୍ରତିଶତ ହାଇ ରିକ୍ସ କଣ୍ଟାକ୍ଟକୁ ଟ୍ରେସ୍ କରାଯାଇଛି।
The post ଉତ୍ତରପ୍ରଦେଶ ସରକାରଙ୍କ କୋଭିଡ୍ ମୁକାବିଲାକୁ ‘ହୁ’ର ପ୍ରଶଂସା first appeared on Sambad.
from କରୋନା – Sambad https://ift.tt/3pz0yhv
0 Comments