ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୩ ଲକ୍ଷ ଅତିକ୍ରମ କରିଛି। ଆଜି ରାଜ୍ୟରେ ୧ ହଜାର ୩୧୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୭୪ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ଦିଆଯାଇଛି।

 

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ଆଜି ୧୪୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୧୪୩ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୧୬ ଜଣ, ମୟୂରଭଂଜ ଜିଲ୍ଲାରୁ ୮୭, ପୁରୀ ଜିଲ୍ଲାରୁ ୭୭ ଜଣ, ଜଗତସିଂହପୁର ଜିଲ୍ଲାରୁ ୭୪ ଜଣ, ବରଗଡ଼ ଜିଲ୍ଳାରୁ ୬୨ ଜଣ, ଯାଜପୁର ଜିଲ୍ଲାରୁ ୫୫ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୫୪ ଜଣ, ବାଲେଶ୍ୱର ଜିଲ୍ଲାରୁ ୫୩ ଜଣ, ଅନୁଗୁଳ ଜିଲ୍ଲାରୁ ୪୪ ଜଣ, ବଲାଙ୍ଗୀର, କେନ୍ଦୁଝର ଜିଲ୍ଲାରୁ ୪୨ ଜଣ ଲେଖାଏଁ, ନୂଆପଡ଼ା ଜିଲ୍ଲାରୁ ୪୧ ଜଣ, ସମ୍ବଲପୁର ଜିଲ୍ଲାରୁ ୩୭ ଜଣ ଓ କଳାହାଣ୍ଡି ଜିଲ୍ଲାରୁ ୩୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି କେରାପୁଟ ଜିଲ୍ଲାରୁ ୩୧ ଜଣ, ଭଦ୍ରକ, ନୟାଗଡ଼ ଜିଲ୍ଲାରୁ ୨୩ ଜଣ ଲେଖାଏଁ, ସୁବର୍ଣ୍ଣପୁର ଜିଲ୍ଲାରୁ ୧୯ ଜଣ, ଢେଙ୍କାନାଳ, ମାଲକାନଗିରି ଜିଲ୍ଲାରୁ ୧୬ ଜଣ ଲେଖାଏଁ, ନବରଂଗପୁର ଜିଲ୍ଲାରୁ ୧୪ ଜଣ, ଗଂଜାମ ଜିଲ୍ଲାରୁ ୧୨ ଜଣ, କନ୍ଧମାଳ ଜିଲ୍ଲାରୁ ୯ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୮ ଜଣ, ବୌଦ୍ଧ ଜିଲ୍ଲାରୁ ୫ ଜଣ, ରାୟଗଡ଼ା ଜିଲ୍ଲାରୁ ୩ ଜଣ, ଦେବଗଡ଼ ଜିଲ୍ଲାରୁ ୨ ଜଣ, ଗଜପତି ଜିଲ୍ଲାରୁ ଜଣେ ଓ ରାଜ୍ୟପୁଲରୁ ୨୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

The post ରାଜ୍ୟରେ କରୋନାରୁ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ଟପିଲା, ଆଜି ୧୩୧୫ ଆକ୍ରାନ୍ତ ସୁସ୍ଥ first appeared on Sambad.



from କରୋନା – Sambad https://ift.tt/3ntUdC3