
ନୂଆଦିଲ୍ଳୀ: ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ ୨୯ ହଜାର ୧୬୪ ନୂଆ କୋଭିଡ୍ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦୀର୍ଘ ୪ ମାସ ପରେ ତଥା ଜୁଲାଇ ୧୫ ପରେ ଦେଶରେ ପ୍ରଥମ ଥର ପାଇଁ ଦୈନିକ ସଂକ୍ରମଣ ସଂଖ୍ୟା ୩୦ ହଜାରରୁ କମ୍ ରହିଛି। ଗତ ଜୁଲାଇ ୧୫ରେ ଦେଶରେ ୨୯ ହଜାର ୪୨୯ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା। ସେପ୍ଟେମ୍ବର ପରଠାରୁ ସଂକ୍ରମଣ ବଢ଼ି ଚାଲିଥିଲା। କିନ୍ତୁ ଅକ୍ଟୋବର ପରେ ସଂକ୍ରମଣ ଧୀରେ ଧୀରେ କମିଲା। ଦେଶରେ ଏବେ ମୋଟ୍ ସଂକ୍ରମଣ ମାମଲା ୮୮ ଲକ୍ଷ ୭୪ ହଜାର ୨୯୧ରେ ରହିଛି। ଅନ୍ୟପକ୍ଷେ ଗତ ୨୪ ଘଣ୍ଟାରେ ୪୪୯ ଜଣଙ୍କ ମୃତ୍ୟୁ ସହ ମୋଟ୍ ୧ ଲକ୍ଷ ୩୦ ହଜାର ୫୧୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଲଗାତାର ୪୫ ଦିନ ଧରି ଦେଶରେ ଆରୋଗ୍ୟଙ୍କ ତୁଳନାରେ ସକ୍ରିୟ ମାମଲା ଅଧିକ ରହୁଛି। ଦେଶରେ ଏବେ ୪ ଲକ୍ଷ ୫୩ ହଜାର ସକ୍ରିୟ ମାମଲା ରହିଛି। ବିଗତ ୨୪ ଘଣ୍ଟାରେ ୪୦ ହଜାର ୭୯୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ଆରୋଗ୍ୟ ହାର ୯୩.୪ ପ୍ରତିଶତକୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ଆରୋଗ୍ୟଙ୍କ ସଂଖ୍ୟା ୮୨ ଲକ୍ଷ ୯୦ ହଜାର ୩୭୧କୁ ବୃଦ୍ଧି ପାଇଛି। ଦେଶରେ ମୋଟ୍ ୧୨ କୋଟି ୬୫ ଲକ୍ଷ ୪୨ ହଜାର ୯୦୭ ଲୋକଙ୍କ ନମୁନା ପରୀକ୍ଷା ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି।
The post ୪ ମାସ ପରେ ଆଶ୍ବସ୍ତି, ସଂକ୍ରମଣ ୩୦ ହଜାର ତଳେ first appeared on Sambad.
from କରୋନା – Sambad https://ift.tt/3pGeu9d
0 Comments