
ଭୁବନେଶ୍ୱର : ରାଜଧାନୀରେ କରୋନା ସଂକ୍ରମଣ ନିୟମିତ ଭାବେ ଖସିବା ଆରମ୍ଭ କରିଛି। ଗତ ୧୧ତାରିଖ ପରଠାରୁ ରାଜଧାନୀରେ ଦୈନିକ ସଂକ୍ରମଣ ୩ଶହ ସଂଖ୍ୟା ତଳେ ରହିଛି। ଏହା ସତ୍ତ୍ବେ ସଂକ୍ରମଣ ୨୭ହଜାର ଆଡ଼କୁ ମୁହାଁଇଛି। ଗତ ୨୪ ଘଣ୍ଟାରେ ୨୪୩ ନୂଆ କରୋନା ରୋଗୀ ଚିହ୍ନଟ ହେବା ପରେ ସମୁଦାୟ ରୋଗୀଙ୍କ ସଂଖ୍ୟା ୨୬,୭୭୯କୁ ବୃଦ୍ଧି ପାଇଛି। ଅପରପକ୍ଷରେ ସଂକ୍ରମଣ ଖସିବା ସତ୍ତ୍ବେ କରୋନା ମୃତ୍ୟୁ କମୁନାହିଁ। ଆଜି ୨ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ମୃତକ ଦୁଇ ଜଣ ପୁରୁଷ ଥିବା ବେଳେ ସେମାନଙ୍କ ବୟସ ୬୦ ଓ ୬୫ବର୍ଷ ରହିଛି। ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୧୨୯କୁ ବୃଦ୍ଧି ପାଇଛି।
ଖୋର୍ଧା ଗ୍ରାମାଞ୍ଚଳରେ ୫୭ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଚିହ୍ନଟ ୨୪୩ ଆକ୍ରାନ୍ତଙ୍କ ମଧ୍ୟରୁ ୬୮ଜଣ ସଙ୍ଗରୋଧରୁ ଓ ୧୭୫ଜଣ ଲୋକାଲ କଣ୍ଟାକ୍ଟସ୍ ରହିଛନ୍ତି। ଲୋକାଲ କଣ୍ଟାକ୍ଟସ୍ରେ ନୂଆପଲ୍ଲୀରୁ ସର୍ବାଧିକ ୧୪ଜଣ ଚିହ୍ନଟ ହୋଇଛନ୍ତି। ଏହାସହ ପୁରୁଣା ଭୁବନେଶ୍ବର, ବରମୁଣ୍ଡା, ରସୁଲଗଡ଼, କଳିଙ୍ଗ ବିହାର, ନୀଳାଦ୍ରି ବିହାର, ସହିଦ ନଗର, ଶୈଳଶ୍ରୀ ବିହାର, ପଳାଶୁଣୀ ଓ ଅନ୍ୟ ଅଞ୍ଚଳରୁ ପୁଳାପୁଳା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ଭୁବନେଶ୍ବରରେ ୩୫୭ ରୋଗୀ ସୁସ୍ଥ ହୋଇଛନ୍ତି। ସୁସ୍ଥ ରୋଗୀଙ୍କ ସଂଖ୍ୟା ୨୩,୫୨୩କୁ ବୃଦ୍ଧି ପାଇଛି। ରାଜଧାନୀରେ ଏବେ ୩୧୦୬ ଚିକିତ୍ସାଧୀନ ରୋଗୀ ରହିଛନ୍ତି।
The post ରାଜଧାନୀରେ ଦିନକରେ ୨୪୩ ପଜିଟିଭ୍, ୨ ମୃତ first appeared on Sambad.
from କରୋନା – Sambad https://ift.tt/3j6IxCv
0 Comments