
ନୂଆଦିଲ୍ଲୀ, ୧୬/୧୦ : ଦେଶରେ ସଂକ୍ରମଣ ୭୩ ଲକ୍ଷ ୭୦ ହଜାର ଟପିଯାଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୬୩ ହଜାର ୩୭୧ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୮୯୫ ଜଣଙ୍କ ମୃତ୍ୟୁ ହୋଇଛି। ମୋଟ୍ ସଂକ୍ରମଣ ସଂଖ୍ୟା ୭୩ ଲକ୍ଷ ୭୦ ହଜାର ୪୬୮ରେ ପହଞ୍ଚିଛି। ମୃତ୍ୟୁସଂଖ୍ୟା ୧ଲକ୍ଷ ୧୨ ହଜାର ୧୬୧ ରହିଛି। ଆରୋଗ୍ୟଙ୍କ ସଂଖ୍ୟା ୬୪ ଲକ୍ଷ ଟପିବା ସହ ଆରୋଗ୍ୟ ହାର ୮୭.୫୬ ପ୍ରତିଶତକୁ ବୃଦ୍ଧି ପାଇଛି। ଲଗାତାର ୮ ଦିନ ଧରି ଦେଶରେ ସକ୍ରିୟ ମାମଲା ୯ ଲକ୍ଷରୁ କମ୍ ରହିଛି। ଦେଶରେ ଏବେ ମୋଟ୍ ୮ ଲକ୍ଷ ୪ ହଜାର ୫୨୮ ସକ୍ରିୟ ମାମଲା ରହିଛି। ଏହା ମୋଟ୍ ସଂକ୍ରମଣ ମାମଲାର ୧୦.୯୨ ପ୍ରତିଶତ।
ତେବେ କୋଭିଡ୍ ମୃତ୍ୟୁହାର ୧.୫୨ ପ୍ରତିଶତକୁ ଖସି ଆସିଛି। ମାର୍ଚ୍ଚ ୨୨ ପରେ ଏହା ସବୁଠୁ କମ୍ ମୃତ୍ୟୁହାର। ଅକ୍ଟୋବର ୪ ପରଠାରୁ ଦେଶରେ କୋଭିଡ୍ ମୃତ୍ୟୁସଂଖ୍ୟା ୧ ହଜାରରୁ କମ୍ ରହୁଛି। ଦେଶରେ ଏବେ ୨, ୨୧୨ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ୍ରେ ଉତ୍ତମ ମାନର ଚିକିତ୍ସା ଦିଆଯାଉଛି। ଦେଶରେ ମୋଟ୍ ୬୪ ଲକ୍ଷ ୫୩ ହଜାର ୭୭୯ ଜଣ କରୋନାରୁ ସୁସ୍ଥ ହେଲେଣି। କେରଳ, କର୍ଣ୍ଣାଟକ, ରାଜସ୍ଥାନ, ଛତିଶଗଡ଼ ଏବଂ ପଶ୍ଚିମବଙ୍ଗରେ ଦ୍ରୁତ ସଂକ୍ରମଣ ହେଉଥିବାରୁ ଏହି ସବୁ ରାଜ୍ୟମାନଙ୍କରେ ସ୍ଥିତି ଯାଞ୍ଚ ପାଇଁ ସରକାର ଉଚ୍ଚସ୍ତରୀୟ କେନ୍ଦ୍ରୀୟ କମିଟି ମୁତୟନ କରିଛନ୍ତି।
The post ଦେଶରେ ସଂକ୍ରମଣ ୭୩ ଲକ୍ଷ ୭୦ ହଜାର ଟପିଲା, ମୃତ୍ୟୁହାର ୧.୫୨% first appeared on Sambad.
from କରୋନା – Sambad https://ift.tt/3j75dCw
0 Comments