
ନୂଆଦିଲ୍ଲୀ : ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍ଆଇଆଇ) ୫ଟି ଭିନ୍ନଭିନ୍ନ କେରାନା ଟିକାର ପ୍ରାୟ ୧୦୦ କୋଟି ମାତ୍ରା ପ୍ରସ୍ତୁତ କରିବା କାର୍ଯ୍ୟ ତ୍ବରାନ୍ବିତ କରିଛି। ୨୦୨୧-୨୨ ପୂର୍ବରୁ ଏହି ସମସ୍ତ ଟିକା ପ୍ରସ୍ତୁତ ହୋଇଯିବ ବୋଲି ଏସ୍ଆଇଆଇ ପକ୍ଷରୁ ପ୍ରକାଶ ପାଇଛି। ଏହି ୫ଟି ପ୍ରମୁଖ ଟିକା ମଧ୍ୟରେ କୋଭିସିଲ୍ଡ, କୋଭୋଭାକ୍ସ, କୋଭିଭାକ୍ସ, କୋଭି-ଭାକ୍ ଏବଂ ଏସ୍ଆଇଆଇ କୋଭାକ୍ସ ରହିଛି। ବ୍ରିଟେନ୍ର ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ପକ୍ଷରୁ କୋଭିସିଲ୍ଡ ଟିକାର ବିକାଶ କରାଯାଇଥିବା ବେଳେ ବ୍ରିଟେନ୍-ସ୍ବିଡେନ୍ ଔଷଧ କମ୍ପାନି ଆଷ୍ଟ୍ରାଜେନିକା ଏହାର ଲାଇସେନ୍ସ ପାଇଛି। ଏହି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଭାରତରେ ଶେଷ ହୋଇସାରିଛି। ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଆଷ୍ଟ୍ରାଜେନିକା ମିଳିତ ଭାବେ ଏହି ଟିକା ପ୍ରସ୍ତୁତ କରୁଛନ୍ତି। ୨୦୨୧ ସୁଦ୍ଧା କୋଭିସିଲ୍ଡ ଟିକା ଆସିଯିବ ବୋଲି ଏସ୍ଆଇଆଇ ସୂଚନା ଦେଇଛି।
ସେହିଭଳି ଏସ୍ଆଇଆଇର ଶାଖା ସଂସ୍ଥା ଏସ୍ଆଇଏଲ୍ଏସ୍ (ସିରମ ଇନ୍ଷ୍ଟଚ୍ୟୁଟ୍ ଲାଇଫ୍ ସାଇନ୍ସ) ପକ୍ଷରୁ ପ୍ରସ୍ତୁତ କରାଯାଉଥିବା ଅନ୍ୟ ଟିକା ‘କୋଭୋଭାକ୍ସ’ ମଧ୍ୟ ୨୦୨୧ ସୁଦ୍ଧା ଆସିପାରିବ ବୋଲି କୁହାଯାଇଛି। ଏସ୍ଆଇଏଲ୍ଏସ୍ ବାୟୋଟେକ୍ ଫାର୍ମ ସହ ମିଳିତ ଭାବେ ଏହି ଟିକା ପ୍ରସ୍ତୁତ କରୁଛନ୍ତି। ସେହିଭଳି ଏସ୍ଆଇଆଇ ଉଦ୍ୟମରେ ‘ନୋଭୋଭାକ୍ସ’ ଟିକା ପ୍ରସ୍ତୁତି ମଧ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଏସ୍ଆଇଆଇର ସିଇଓ ଅଦର ପୁନାୱାଲା କହିଛନ୍ତି।
The post ‘କୋଭିସିଲ୍ଡ’ ସମେତ ୫ଟି ଟିକାର ୧୦୦ କୋଟି ମାତ୍ରା ପାଇଁ ପ୍ରସ୍ତୁତ ହେଉଛି ସିରମ୍ first appeared on Sambad.
from କରୋନା – Sambad https://ift.tt/3dS6QmS
0 Comments