ଭୁବନେଶ୍ବର: ରାଜଧାନୀରେ କରୋନା ମୃତ୍ୟୁ ୧୫୦ ଛୁଇଁଛି। ଆଜି ରାଜଧାନୀରେ ୨ଜଣ କରୋନାରେ ପ୍ରାଣ ହରାଇବା ପରେ ସଂଖ୍ୟାରେ ବୃଦ୍ଧି ହୋଇଛି। ଗତ ଏପ୍ରିଲ ୭ତାରିଖରେ ରାଜଧାନୀରେ ପ୍ରଥମ କରୋନା ମୃତ୍ୟୁ ହୋଇଥିଲା। ଗତ ସେପ୍ଟେମ୍ବର ଓ ଚଳିତମାସରେ ମୃତ୍ୟୁ ସଂଖ୍ୟାରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ରାଜଧାନୀ‌‌ରେ ସଂକ୍ରମଣ ହ୍ରାସ ପାଇଛି। ଗତ ୨୪ଘଣ୍ଟାରେ ୧୮୨ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ସମୁଦାୟ ମୃତ୍ୟୁ ସଂଖ୍ୟା ୨୮,୪୮୧କୁ ବୃଦ୍ଧି ପାଇଛି। ୧୮୨ ଆକ୍ରାନ୍ତଙ୍କ ମଧ୍ୟରେ ୪୪ଜଣ ସଙ୍ଗରୋଧରୁ ଓ ୧୩୮ଜଣ ଲୋକାଲ କଣ୍ଟାକ୍ଟସ୍‌ ରହିଛନ୍ତି। ସଙ୍ଗରୋଧରୁ ମଧୁସୂଦନ ନଗର, କଳ୍ପନା ଛକ, ଜୟଦେବ ବିହାର, ଲକ୍ଷ୍ମୀ ସାଗର, ବମିଖାଲ, ଡୁମୁଡୁମା, ଘାଟିକିଆ, ବିଜେବି ନଗର, ୟୁନିଟ୍‌-୮, ଶୈଳଶ୍ରୀ ବିହାର, ସୁନ୍ଦରପଦା, ଶ୍ୟାମପୁର, ପ୍ରଶାନ୍ତି ବିହାର ଓ ଅନ୍ୟ ଅଞ୍ଚଳରୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଅପରପକ୍ଷରେ ୨୭୬ ରୋଗୀ ସୁସ୍ଥ ହେବା ପରେ ସମୁଦାୟ ସଂଖ୍ୟା ୨୫,୮୯୫କୁ ବୃଦ୍ଧି ପାଇଛି। ରାଜଧାନୀରେ ଏବେ ୨୪୧୫ କରୋନା ରୋଗୀଙ୍କ ଚିକିତ୍ସା ଜାରି ରହିଛି।

The post ରାଜଧାନୀରେ କରୋନା ମୃତ୍ୟୁ ୧୫୦ first appeared on Sambad.



from କରୋନା – Sambad https://ift.tt/3dX97wQ