ଭୁବନ : କରୋନା କେତେ ଯେ ଭୟାନକ ତାହା ଗାଁ ଗହଳିରେ କିଭଳି ଗୁଜବ ହୋଇ ଅଶାନ୍ତି ସୃଷ୍ଟି କରୁଛି ତାହାର ନିଛକ ଉଦାହରଣ ଦେଖିବାକୁ ମିଳିଛି ଭୁବନ ବ୍ଲକର ମୃଦଙ୍ଗା ଗ୍ରାମରେ।

ଗ୍ରାମର ନରୋତମ ଆଏଚ (୮୫) କରୋନାରୁ ସୁସ୍ଥ ହୋଇ କିଛି ଦିନ ପୂର୍ବରୁ କଟକରୁ ନିଜ ଘରକୁ ଫେରିଥିଲେ। ଅସୁସ୍ଥ ଯୋଗୁ ତାଙ୍କର ମୃତ୍ୟୁ ହୋଇଯାଇଛି। ତାଙ୍କର ମୃତ୍ୟୁ କରୋନା ଜନିତ ବୋଲି ଗ୍ରାମରେ ପ୍ରଚାର ହୋଇଯାଇଥିଲା। ଏହି ଗୁଜବକୁ ଭିତ୍ତି କରି ଗ୍ରାମବାସୀ ଗ୍ରାମ ଶ୍ମଶାନରେ ତାଙ୍କ ଶବ ପୋଡିବାକୁ ଦେଇନଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ ଭୁବନ ଥାନାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏଏସଆଇ ରମେଶ ସ୍ୱାଇଁ ଘଟଣାସ୍ଥଳକୁ ଯାଇ ସ୍ଥିତି ନିୟନ୍ତ୍ରଣ କରିଥିଲେ। ନରୋତମଙ୍କ ଶବକୁ ଗ୍ରାମ ଶ୍ମଶାନ ପରିବର୍ତ୍ତେ ନଦୀପଟ୍ଟାରେ ପୋଡିବାକୁ ନିଷ୍ପତି ହେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।

The post କୋଭିଡ ଗୁଜବ : ମୃଦଙ୍ଗାରେ ହଇଚଇ first appeared on Sambad.



from କରୋନା – Sambad https://ift.tt/2TB6tDX