କଟକ: ଆଜି କଟକ ସହରରୁ ମୋଟ ୩୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୧୭ ଜଣ ଓ ସ୍ଥାନୀୟ ଅଂଚଳରୁ ୨୦ ଜଣ ଅଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସରକାରୀ ସଂଗରୋଧରୁ ଆଜି ୬ ଜଣ ମହିଳାଙ୍କ ସମେତ ୧୧ ଜଣ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଛନ୍ତି। ସେହିପରି ଗୃହସଂଗରୋଧରୁ ୬ ଜଣ ଆକ୍ରାନ୍ତ ଜଣାପଡ଼ିଛନ୍ତି। ମହାନଦୀ ବିହାରରୁ ୨ ଜଣ, ମଧୁପାଟଣା, ନୟାବଜାର, ଓଡ଼ିଆ ବଜାର, ଚାଉଳିଆଗଂଜରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

 

ସୂଚନାଯୋଗ୍ୟ, ଆଜି କଟକ ଜିଲ୍ଲାରୁ ମୋଟ ୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ କଟକ ସହରରୁ ୩୭ ଜଣ ଅଛନ୍ତି। ତେବେ ଏପର୍ଯ୍ୟନ୍ତ କଟକ ସହରରୁ ୧୪ ହଜାର ୭୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୩ ହଜାର ୮୯୫ ଜଣ ସୁସ୍ଥ ହୋଇସାରିଛନ୍ତି। କିନ୍ତୁ ୮୧୨ ଜଣ ଚିକିତ୍ସାଧୀନ ଥିବା ବେଳେ ୬୮ ଜଣଙ୍କର ମୃତ୍ୟୁ ହୋଇଛି।

The post କଟକ ସହରରୁ ଆଜି ୩୭ କରୋନା ପଜିଟିଭ୍‌ ଚିହ୍ନଟ, ସ୍ଥାନୀୟ ଅଂଚଳରୁ ୨୦ ଜଣ ଆକ୍ରାନ୍ତ first appeared on Sambad.



from କରୋନା – Sambad https://ift.tt/3mCmkP4