ନୂଆଦିଲ୍ଲୀ: କୋଭିଡ୍‌ ଆକ୍ରାନ୍ତ ହୋଇଥିବା ଦେଶରେ ୨୬ରୁ ୪୪ ବର୍ଷ ବୟସ ମଧ୍ୟରେ ୧୦ ପ୍ରତିଶତ ଯୁବକଙ୍କ ମୃତ୍ୟୁ ହୋଇଛି। ୬୦ ବର୍ଷରୁ କମ୍‌ ବୟସ ମଧ୍ୟରେ ପ୍ରାୟ ୪୭ ପ୍ରତିଶତ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ କୋଭିଡ୍‌ ମୃତ୍ୟୁରୁ ୭୦ ପ୍ରତିଶତ ପୁରୁଷ ହୋଇଥିବା ‌େବଳେ ୩୦ ପ୍ରତିଶତ ମହିଳା। ୬୦ରୁ ଅଧିକ ବର୍ଷ ବୟସର ୫୩ ପ୍ରତିଶତ ଲୋକ କୋଭିଡ୍‌ ମୃତ୍ୟୁର ଶିକାର ହୋଇଛନ୍ତି। ୪୫ରୁ ୬୦ ବର୍ଷ ମଧ୍ୟରେ ୩୫ ପ୍ରତିଶତ ଏବଂ ୨୬ରୁ ୪୪ ବର୍ଷ ମଧ୍ୟରେ ୧୦ ପ୍ରତିଶତଙ୍କର କରୋନାରେ ମୃତ୍ୟୁ ହୋଇଛି। ତେବେ ୧୮ରୁ ୨୫ ଏବଂ ୧୭ ବର୍ଷରୁ କମ୍‌ ବୟସ‌ରେ ମାତ୍ର ୧ ପ୍ରତିଶତ ଲୋକଙ୍କ କରୋନାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

The post ୧୦% ଯୁବକଙ୍କ କରୋନାରେ ମୃତ୍ୟୁ, ୪୭% ମୃତକଙ୍କ ବୟସ ୬୦ ବର୍ଷରୁ କମ୍‌ first appeared on Sambad.



from କରୋନା – Sambad https://ift.tt/2GOi4Nf