
ପ୍ରତିକୂଳ ପାର୍ଶ୍ବ ପ୍ରତିକ୍ରିୟା ପାଇଁ ଜନ୍ସନ୍ ଆଣ୍ଡ୍ ଜନ୍ସନ୍ ଓ ଆଷ୍ଟ୍ରାଜେନେକା ଟିକାର ନୈଦାନିକ ପରୀକ୍ଷଣ ଅଟକିଛି
ନୂଆଦିଲ୍ଲୀ: ପରୀକ୍ଷଣରେ ସାମିଲ ହୋଇଥିବା ଜଣେ ସ୍ବେଚ୍ଛାସେବୀଙ୍କ ଠାରେ ପ୍ରତିକୂଳ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେବାରୁ ଅନ୍ୟତମ ଟିକା ନିର୍ମାତା ଜନ୍ସନ୍ ଆଣ୍ଡ୍ ଜନ୍ସନ୍ କମ୍ପାନି ପକ୍ଷରୁ ଜାରି ରହିଥିବା ଏହାର କୋଭିଡ୍ ଟିକାର ଚୂଡ଼ାନ୍ତ ପ୍ରର୍ଯ୍ୟାୟ ପରୀକ୍ଷଣକୁ ସୋମବାର ବନ୍ଦ କରିଦିଆଯାଇଛି। ସେହିପରି ଅନୁରୂପ କାରଣ ପାଇଁ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଦ୍ବାରା ବିକଶିତ ତଥା ଆଷ୍ଟ୍ରା ଜେନେକା କମ୍ପାନି ଦ୍ବାରା ପ୍ରସ୍ତୁତ କୋଭିଡ୍ ଟିକାର ବନ୍ଦ ଥିବା ନୈଦାନିକ ପରୀକ୍ଷଣ ଅନ୍ୟ ଦେଶମାନଙ୍କରେ ପୁଣି ଆରମ୍ଭ ହୋଇଥିବା ବେଳେ ଆମେରିକାରେ ତାହା ନିରାପତ୍ତା କାରଣରୁ ବନ୍ଦ ରହିଛି।
ଜନ୍ସନ୍ କମ୍ପାନି ପ୍ରସ୍ତୁତ କୋଭିଡ୍ ଟିକାକୁ ଗ୍ରହଣ କରିଥିବା ସ୍ବେଚ୍ଛାସେବୀଙ୍କ ଠାରେ ଦେଖାଦେଇଥିବା ଅସ୍ପଷ୍ଟୀକୃତ ଅସୁସ୍ଥତା ସମ୍ପର୍କରେ କମ୍ପାନି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଟିକା ଗ୍ରହଣ କରିଥିବା ସେହି ମହିଳା ସ୍ବେଚ୍ଛାସେବୀଙ୍କର ସାଂଘାତିକ ସ୍ନାୟବିକ ଅବଗୁଣ ଦେଖାଦେଇଥିଲା। ଏହାପରେ ପରୀକ୍ଷଣକୁ ଅଧାରୁ ସ୍ଥଗିତ ରଖାଯାଇଥିଲା। ତେବେ ସଂପୃକ୍ତ ସ୍ବେଚ୍ଛାସେବୀଙ୍କର ଅସୁସ୍ଥତା ପରିପ୍ରେକ୍ଷୀରେ ଟିକାର ନିରାପତ୍ତା ସମ୍ପର୍କରେ ଏକ ନିରପେକ୍ଷ ବିଶେଷଜ୍ଞ କମିଟି ଦ୍ବାରା ପୁଙ୍ଖାନୁପୁଙ୍ଖ ତର୍ଜମା କରାଯାଇଥିଲା। ତଦନ୍ତ ରିପୋର୍ଟ ଆଧାରରେ ଏବେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯାଇଛି।
The post ଦୁଇଟି ପ୍ରମୁଖ କୋଭିଡ୍ ଟିକାର ପରୀକ୍ଷଣ ସ୍ଥଗିତ first appeared on Sambad.
from କରୋନା – Sambad https://ift.tt/3nL8RWl
0 Comments