
ଲିସବନ: ପର୍ତ୍ତୁଗାଲର ତାରକା ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ମଙ୍ଗଳବାର ପର୍ତ୍ତୁଗାଲ ଫୁଟ୍ବଲ୍ ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ପଜିଟିଭ୍ ଆସିଥିଲେ ମଧ୍ୟ ୩୫ ବର୍ଷୀୟ ଜୁଭେଣ୍ଟସ ଷ୍ଟ୍ରାଇକର ରୋନାଲ୍ଡୋଙ୍କ ନିକଟରେ କୌଣସି ଲକ୍ଷଣ ନାହିଁ। ସେ ସୁସ୍ଥ ଅଛନ୍ତି ଏବଂ ଏକାନ୍ତବାସରେ ରହିଛନ୍ତି। କିନ୍ତୁ ୟୁଫା ନେସନ୍ସ ଲିଗ୍ରେ ବୁଧବାର ଖେଳାଯିବାକୁ ଥିବା ସ୍ବିଡେନ୍ ବିପକ୍ଷରେ ସେ ଖେଳିପାରିବେନି। ପର୍ତ୍ତୁଗାଲ ଦଳର ସମସ୍ତ ଖେଳାଳିଙ୍କ କରୋନା ପରୀକ୍ଷା କରାଯାଇଥିଲା। କେବଳ ରୋନାଲ୍ଡୋ ରିପୋର୍ଟ ପଜିଟିଭ୍ ଆସିଥିଲା ବେଳେ ଅନ୍ୟମାନଙ୍କର ନେଗେଟିଭ୍ ରହିଥିଲା। ଫଳରେ ଅନ୍ୟମାନଙ୍କୁ ନେଇ ଦଳ ସ୍ବିଡେନ୍ ବିପକ୍ଷ ମ୍ୟାଚ୍ ଖେଳିବ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି।
The post ରୋନାଲ୍ଡୋଙ୍କୁ କରୋନା first appeared on Sambad.
from କରୋନା – Sambad https://ift.tt/2GWLj03
0 Comments