
ନୂଆଦିଲ୍ଲୀ : ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଏକ ଦୁଷିତ ଘନ ବଳୟ ଦିଲ୍ଲୀକୁ ଆଚ୍ଛାଦିତ କରି ରଖିଥିବା ବେଳେ ବୈଜ୍ଞାନିକ ଏବଂ ଡାକ୍ତରମାନେ ବିଷାକ୍ତ ବାୟୁକୁ ନେଇ କଡ଼ା ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି, ବାୟୁ ପ୍ରଦୂଷଣ କୋଭିଡ୍ ସମସ୍ୟାକୁ ଅଧିକ ଜଟିଳ କରିଦେବ। କରୋନାର ସବୁଠୁ ବଡ଼ ଲକ୍ଷଣ ହେଉଛି ଶ୍ବାସକ୍ରିୟାରେ ସମସ୍ୟା। ଏଭଳି ସ୍ଥିତିରେ ଯଦି କୋଭିଡ୍ ସଂକ୍ରମିତ ରୋଗୀ ଖରାପ ବାୟୁ ସଂସ୍ପର୍ଶରେ ଆସିବେ ତେବେ ତାଙ୍କର ମୃତ୍ୟୁ ହୋଇଯାଇପାରେ। କରୋନା ଫୁସ୍ଫୁସ୍ରେ କ୍ଷତି ପହଞ୍ଚାଉଛି। ବାୟୁ ପ୍ରଦୂଷଣ ବି ଫୁସଫୁସ୍ରେ ସାଂଘାତିକ କ୍ଷତି ପହଞ୍ଚାଉଛି। ତେଣୁ କରୋନା ସହ ଦୂଷିତ ବାୟୁ ଅଧିକ ସମସ୍ୟା ସୃଷ୍ଟି କରିବ ବୋଲି ଦିଲ୍ଲୀରେ ଜଣେ ଚେଷ୍ଟ୍ ସର୍ଜନ୍ ଡ. ଅରବିନ୍ଦ କୁମାର କହିଛନ୍ତି। ଭାରତ ଏବେ ୨ଟି ପ୍ରମୁଖ ସ୍ବାସ୍ଥ୍ୟ ସଂକ୍ରାନ୍ତ ଚ୍ୟାଲେଂଜ ସାମ୍ନା କରୁଛି। ଗୋଟିଏ ହେଉଛି କରୋନା ଏବଂ ଅନ୍ୟଟି ବାୟୁ ପ୍ରଦୂଷଣ। ତେଣୁ ବର୍ତ୍ତମାନ ସ୍ଥିତିରେ ସୁଦ୍ଧ ବାୟୁ ପାଇବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।
The post ବାୟୁ ପ୍ରଦୂଷଣ କୋଭିଡ୍ ସଂକ୍ରମଣକୁ ଜଟିଳ କରିବ first appeared on Sambad.
from କରୋନା – Sambad https://ift.tt/350YRzO
0 Comments