ନୂଆଦିଲ୍ଲୀ: ଦେଶରେ ପ୍ରତିଦିନ ଚିହ୍ନଟ ହେଉଛନ୍ତି ନୂଆ ନୂଆ କରୋନା ଆକ୍ରାନ୍ତ। କରୋନାଜନିତ ମୃତ୍ୟୁ ସଂଖ୍ୟା ବି ବଢ଼ି ବଢ଼ି ଚାଲିଛି। କୌଣସି ବି ପରିସ୍ଥିତିରେ ନିୟନ୍ତ୍ରଣାଧୀନ ହେଉନି ମହାମାରୀ କରୋନା। ଗତ ୨୪ ଘଣ୍ଟା ମଧ୍ୟରେ ୬୨,୨୧୨ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୭୪,୩୨,୬୮୧ରେ ପହଞ୍ଚିଛି।

ସେମାନଙ୍କ ମଧ୍ୟରୁ ୬୫ ଲକ୍ଷ ୨୪ ହଜାର ୫୯୫ ଆକ୍ରାନ୍ତ ସୁସ୍ଥ ହୋଇ ସାରିଥିବା ବେଳେ ଏଯାବତ୍‌ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୯୫୦୮୭ ଜଣ। ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୮୩୭ ଜଣଙ୍କର କରୋନା ହେତୁ ମୃତ୍ୟୁ ଘଟିଛି। ନୂଆ ମୃତକଙ୍କୁ ମିଶାଇ ଦେଶରେ ‌କରୋନଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୨ ହଜାର ୯୯୮ ଛୁଇଁଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

The post ଦିନକରେ ପୁଣି ୬୨,୨୧୨ କରୋନା ଆକ୍ରାନ୍ତ ଚିହ୍ନଟ, ୭୪ ଲକ୍ଷ ପାର‌ ହେଲା ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା first appeared on Sambad.



from କରୋନା – Sambad https://ift.tt/2H7cLZd