ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ସଂକ୍ରମଣରୁ ୧୮୦୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୩ ହଜାର ୮୩୮ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

 

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ୨୩୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକ ଜିଲ୍ଲାରୁ ୧୪୮ ଜଣ, ନୂଆପଡ଼ା ଜିଲ୍ଲାରୁ ୧୦୦ ଜଣ, ମୟୂରଭଂଜ ଜିଲ୍ଲାରୁ ୯୪ ଜଣ, ଅନୁଗୁଳ ଜିଲ୍ଲାରୁ ୮୧ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୭୬ ଜଣ, କେନ୍ଦୁଝର ଜିଲ୍ଲାରୁ ୭୪ ଜଣ, ବାଲେଶ୍ୱର ଜିଲ୍ଲାରୁ ୭୨ ଜଣ, ପୁରୀ ଜିଲ୍ଲାରୁ ୬୯ ଜଣ, ଯାଜପୁର ଜିଲ୍ଲାରୁ ୬୬ ଜଣ, ବରଗଡ଼ ଜିଲ୍ଲାରୁ ୬୫ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୬୨ ଜଣ, ବଲାଙ୍ଗୀର ଜିଲ୍ଲାରୁ ୬୧ ଜଣ, ଭଦ୍ରକ, ଜଗତସିଂହପୁର ଜିଲ୍ଲାରୁ ୬୦ ଜଣ ଲେଖାଏଁ ଓ ନବରଂଗପୁରରେ ୫୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

 

ସେହିପରି କେରାପୁଟ ଜିଲ୍ଲାରୁ ୪୪ ଜଣ, କଳାହାଣ୍ଡି ଜିଲ୍ଲାରୁ ୪୨ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୪୦ ଜଣ, ଢେଙ୍କାନାଳ, ସମ୍ବଲପୁର, ମାଲକାନଗିରି ଜିଲ୍ଲାରୁ ୩୫ ଜଣ ଲେଖାଏଁ, ଗଂଜାମ, କନ୍ଧମାଳ, ସୁବର୍ଣ୍ଣପୁର ଜିଲ୍ଲାରୁ ୨୯ ଜଣ ଲେଖାଏଁ, ନୟାଗଡ଼ ଜିଲ୍ଲାରୁ ୨୭ ଜଣ, ରାୟଗଡ଼ା ଜିଲ୍ଲାରୁ ୧୨ ଜଣ, ଦେବଗଡ଼ ଜିଲ୍ଲାରୁ ୮ ଜଣ, ଗଜପତି ଜିଲ୍ଲାରୁ ୭ ଜଣ, ବୌଦ୍ଧ ଜିଲ୍ଲାରୁ ୬ ଜଣ ଓ ରାଜ୍ୟପୁଲରୁ ୪୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

The post ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୧୮୦୦ ଆକ୍ରାନ୍ତ first appeared on Sambad.



from କରୋନା – Sambad https://ift.tt/31Xhjso