
ନୂଆଦିଲ୍ଲୀ : କୋଭିଡ୍ ଟିକା ବାହାର କରିବା ଦୌଡ଼ରେ ବଡ଼ ପ୍ରୟୋଗ ଚଳାଇଥିବା ଚୀନ୍ର ଏକ ଟିକା ପ୍ରସ୍ତୁତକାରୀ କମ୍ପାନି ଏ କ୍ଷେତ୍ରରେ ଏବେ ସଫଳତା ହାସଲ କରିଥିବା ଦାବି କରିଛି। ସ୍ବେଚ୍ଛାସେବୀଙ୍କଠାରେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପରେ ଏହି ଟିକାର ସକରାତ୍ମକ ପ୍ରଭାବ ପ୍ରମାଣିତ ହୋଇଛି ବୋଲି ଏହି ବାୟୋଟେକ୍ କମ୍ପାନି କହିଛି। ଯେଉଁ ସ୍ବେଚ୍ଛାସେବୀଙ୍କୁ ଏହି ଟିକା ଦିଆଯାଇଥିଲା ସେମାନଙ୍କଠାରେ ସାମାନ୍ୟ ଜ୍ବର ଏବଂ ଇଂଜେକ୍ସନ ଦିଆଯିବା ସ୍ଥାନରେ କିଛି ପୀଡ଼ା ବ୍ୟତୀତ ଅନ୍ୟ କିଛି ଲକ୍ଷଣ ନାହିଁ ବୋଲି ଚୀନୀ ଗବେଷକମାନେ କହିଛନ୍ତି । ଏହି ଟିକା ରୋଗପ୍ରତିରୋଧକ ଶକ୍ତିକୁ ବଢ଼ାଇବା ସହ ରୋଗର ମୁକାବିଲା ଦିଗରେ ନିରାପଦ ଏବଂ ଫଳପ୍ରଦ ସାବ୍ୟସ୍ତ ହୋଇଛି ବୋଲି କମ୍ପାନି ଦାବି କରିଛି। ଏହି କମ୍ପାନି ବିବିଆଇବିପି-କୋର୍ଭି ନାମରେ ଏକ ଟିକା ପ୍ରସ୍ତୁତ କରିଛି। ବିବିଆଇବିପି-କୋର୍ଭି ବିଶ୍ବର ଶ୍ରେଷ୍ଠ ୧୦ ଟିକା ମଧ୍ୟରୁ ଅନ୍ୟତମ ବୋଲି ଚୀନ୍ ଦାବି କରିଛି। ଅନ୍ୟପକ୍ଷରେ ଆମେରିକାର ବାୟୋଟେକ୍ ଫାର୍ମ ଭାକ୍ସାର୍ଟ ମଧ୍ୟ ସଫଳ କରୋନା ଟିକା ବାହାର କରିଥିବା ଦାବି କରିଛି। ତେବେ ଏହା କେତେଦୂର ଫଳପ୍ରଦ ତାହା ସ୍ପଷ୍ଟ ହୋଇନାହିଁ ଏବଂ ସରକାର ଏ ବାବଦରେ ସରକାର ତଦନ୍ତ ଆରମ୍ଭ କରିଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ, ଚୀନ୍ର ୩ଟି ଟିକା ଏବେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରୁଛନ୍ତି।
The post ଚୀନ୍ ବାୟୋଟେକ୍ କମ୍ପାନିର ଦାବି : ସଫଳ ଓ ସୁରକ୍ଷିତ ଟିକା ବାହାର କରିଛୁ first appeared on Sambad.
from କରୋନା – Sambad https://ift.tt/3dysfRO
0 Comments