
ନୂଆଦିଲ୍ଲୀ : ଭାରତରେ କରୋନାଭୂତାଣୁର ଦୈନିକ ସଂକ୍ରମଣ ମାମଲା ପ୍ରତିଦିନ ହ୍ରାସ ପାଉଥିବାରୁ ଏହା ବଡ଼ ଆଶ୍ବସ୍ତି ଆଣିଛି। ଗୁରୁବାର ଦେଶରେ ୪୯,୮୮୧ ମାମଲା ସାମ୍ନାକୁ ଆସିଥିବା ବେଳେ ବିଗତ ୨୪ ଘଣ୍ଟା ମଧ୍ୟରେ ୪୮,୬୪୮ ମାମଲା ରିପୋର୍ଟ କରାଯାଇଛି । କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୭୩ ଲକ୍ଷ ଅତିକ୍ରମ କରିଯାଇଛି।
ଅନ୍ୟପକ୍ଷରେ ଦେଶରେ ପ୍ରଥମ ଥର ପାଇଁ ସକ୍ରିୟ ମାମଲା ୬ ଲକ୍ଷରୁ କମ୍ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ମୁତାବକ ବିଗତ ୨୪ ଘଣ୍ଟାରେ ଦେଶରେ ୫୬୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ଏବଂ ଆଜି ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୦,୮୮,୮୫୧ରେ ପହଞ୍ଚିଛି। ୨୪ ଘଣ୍ଟା ମଧ୍ୟରେ ୫୭,୩୮୬ ଜଣ କରୋନାରୁ ସୁସ୍ଥ ହୋଇଥିବା ଜଣାପଡ଼ିଛି। ଗତକାଲି ଦେଶରେ ୧୧ ଲକ୍ଷ ୬୪ ହଜାର ୬୪୮ଟି ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍ଆର୍ ସୂତ୍ରରୁ ଜଣାପଡ଼ିଛି। ଦେଶରେ କୋଭିଡ୍ ଆରୋଗ୍ୟ ହାର ଆଜି ୯୧.୧୫ ପ୍ରତିଶତରେ ପହଞ୍ଚିଛି।
The post ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬ ଲକ୍ଷରୁ କମ୍ first appeared on Sambad.
from କରୋନା – Sambad https://ift.tt/34HisG5
0 Comments