ଭୁବନେଶ୍ବର : ଗତ ୭ମାସ ଧରି କରୋନା ବିରୋଧରେ ଲଢ଼େଇ ଜାରି ରହିଛି। ଭୁବ‌ନେଶ୍ବର ପୌରାଞ୍ଚଳ କରୋନାକୁ ଆୟତ୍ତ କରିବାରେ ସଫଳ ହୋଇଛି। କିନ୍ତୁ ଆଗକୁ ଶୀତ ଦିନ ଆସୁଛି। ତେଣୁ ଶରୀରରେ ସାମାନ୍ୟ ଲକ୍ଷଣକୁ ବି ଅଣଦେଖା କରିବା ଉଚିତ ନୁହେଁ ବୋଲି କୋଭିଡ୍‌-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସତର୍କ କରି ଦେଇଛନ୍ତି।

ବେଶ୍ କିଛି ଦିନ ବ୍ୟବଧାନରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କରୋନା ବିରୋଧରେ ଲଢ଼େଇ ସଂପର୍କରେ ସୂଚନା ଦେଇ ଶ୍ରୀ ବାଗ୍‌ଚୀ କହିଥିଲେ ଯେ ଭୁବନେଶ୍ବରରେ ଏ ପର୍ଯ୍ୟନ୍ତ ସାଢ଼େ ୩ଲକ୍ଷ କୋଭିଡ୍‌ ନମୁନା ପରୀକ୍ଷା ହୋଇଛି। କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ୭ଟି କୋଭିଡ୍‌ ହସ୍ପିଟାଲ, ୩ଟି କୋଭିଡ୍‌ କେୟାର କେନ୍ଦ୍ରରେ ୧୭୩୮ ଶଯ୍ୟାର ବ୍ୟବସ୍ଥା କରାଯାଇଛି। ଏହାସହ ୫୦୯ ଆଇସିୟୁ ଶଯ୍ୟା ସହିତ ୨୧୬ ଭେଣ୍ଟିଲେଟର ବ୍ୟବସ୍ଥା ମଧ୍ୟ ହୋଇଛି। ରାଜଧାନୀରେ ୫ହଜାର କୋଭିଡ୍‌ ଯୋଦ୍ଧା ଅହରହ କାର୍ଯ୍ୟ କରୁଛନ୍ତି। ତେବେ ଯେଉଁମାନେ କୋଭିଡ୍‌ରୁ ସୁସ୍ଥ ହୋଇଯାଇଛନ୍ତି ସେମାନେ ୪-୬ ସପ୍ତାହ ପରେ ଡାକ୍ତରଙ୍କ ପରାମର୍ଶ କରିବା ଜରୁରୀ। ପରୀକ୍ଷାକୁ ନ ଡରି ଆଗେଇ ଆସିବା ସହିତ ଚିକିତ୍ସାରେ କୌଣସି ପ୍ରକାର ଅବହେଳା ନ କରିବା ଲାଗି ଶ୍ରୀ ବାଗ୍‌ଚୀ ନିବେଦନ କରିଥିଲେ।

The post ସାମାନ୍ୟ ଲକ୍ଷଣକୁ ବି ଅଣଦେଖା କରନ୍ତୁନି: ବା‌ଗ୍‌ଚୀ first appeared on Sambad.



from କରୋନା – Sambad https://ift.tt/3mzXJub