ନୂଆଦିଲ୍ଲୀ : ଦେଶରେ କୋଭିଡ୍‌-୧୯ ପୀଡ଼ିତଙ୍କ ଉପଶମ ପାଇଁ ଭିନ୍ନ ଭୂତାଣୁବିରୋଧୀ ଔଷଧ ରେମ୍‌ଡେସିଭିର୍ ଓ ଫାଭିପିରାଭିର୍ ବ୍ୟବହାର କରାଯାଉଥିବା ସମ୍ପର୍କରେ ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଏହି ଔଷଧ ଦୁଇଟି ନିୟାମକ କର୍ତ୍ତୃପକ୍ଷଙ୍କ ଅନୁମତି ନପାଇ ବ୍ୟବହୃତ ହେଉଥିବା ଅଭିଯୋଗ ଆଣି ଜଣେ ଆବେଦନକାରୀ କରିଥିବା ଏକ ଜନସ୍ବାର୍ଥ ମାମଲା ଉପରେ ଅଦାଲତ ସରକାରଙ୍କୁ ଏପରି ଜବାବ ତଲବ କରିଛନ୍ତି।

ଆବେଦନକାରୀ ଆଡ୍‌ଭୋକେଟ ଏମ୍‌ ଏଲ୍‌ ଶର୍ମା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)ର ଏକ ରିପୋର୍ଟକୁ ଭିତ୍ତି କରି ଜଣାଇଛନ୍ତି ଯେ କରୋନା ଦାଉରୁ ରକ୍ଷା ପାଇବା ପାଇଁ ଏହି ଦୁଇଟି ଯାକ ଔଷଧ ବ୍ୟବହାରଯୋଗ୍ୟ ବୋଲି କୌଣସିଠାରେ ବି ଆନୁଷ୍ଠାନିକ ଭାବେ ଗୃହୀତ ହୋଇନାହିଁ। ତେଣୁ ଉକ୍ତ ଔଷଧ ଦୁଇଟିର ଯୋଗାଣ ବନ୍ଦ ରଖିବାକୁ ଆବେଦନକାରୀ ନିବେଦନ କରିଛନ୍ତି। ତେବେ ଏ ସମ୍ପର୍କରେ ସରକାରଙ୍କୁ କେବଳ ଅବଗତ କରିବା ଲାଗି ନୋଟିସ୍‌ ଜାରି କରାଯାଇଛି ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡ଼େଙ୍କ ନେତୃତ୍ବାଧୀନ ତିନିଜଣିଆ ଖଣ୍ଡପୀଠ ଟିପ୍ପଣୀ କରିଛନ୍ତି।

The post ରେମ୍‌ଡେସିଭିର୍, ଫାଭିପିରାଭିର୍‌ ବ୍ୟବହାର ସମ୍ପର୍କରେ ସରକାରଙ୍କୁ ନୋଟିସ୍‌ first appeared on Sambad.



from କରୋନା – Sambad https://ift.tt/3eo4CMp