ଭୁବନେଶ୍ବର: ଆଜି ରାଜ୍ୟରେ ୧୨୪୭ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୭୨୯ ଓ ସ୍ଥାନୀୟ ଅଞ୍ଚଳରୁ ୫୧୮ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୩ହଜାର ୯୪୨କୁ ବୃଦ୍ଧି ପାଇଛି। ୨୯ଟି ଜିଲ୍ଲା ଓ ଷ୍ଟେଟ୍ ପୁଲରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ଆଜି କେତେଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ କଟକ ଜିଲ୍ଲାରୁ ୧୦୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୧୪, ଗଞ୍ଜାମ ଜିଲ୍ଲାରୁ ୧୭, ବଲାଙ୍ଗୀର ଜିଲ୍ଲାରୁ ୬୮, ବାଲେଶ୍ବର ଜିଲ୍ଲାରୁ ୨୩, କୋରାପୁଟ ଜିଲ୍ଲାରୁ ୨୬, ଭଦ୍ରକରୁ ୭, ରାୟଗଡ଼ା ଜିଲ୍ଲାରୁ ୪, ପୁରୀ ଜିଲ୍ଲାରୁ ୨୨, ସୁନ୍ଦରଗଡ଼ ଜିଲ୍ଲାରୁ ୯୬, ଜଗତସିଂହପୁର ଜିଲ୍ଲାରୁ ୫୪, ସମ୍ବଲପୁର ଜିଲ୍ଲାରୁ ୨୪, କଳାହାଣ୍ଡି ଜିଲ୍ଲାରୁ ୪୦, ଯାଜପୁର ଜିଲ୍ଲାରୁ ୩୨, କନ୍ଧମାଳ ଜିଲ୍ଲାରୁ ୧୧, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪୯, ମାଲକାନଗିରି ଜିଲ୍ଲାରୁ ୧୧, ମୟୂରଭଞ୍ଜ ଜିଲ୍ଲାରୁ ୭୧ , ଝାରସୁଗୁଡ଼ା ଜିଲ୍ଲାରୁ ୩୫, ଢେଙ୍କାନାଳ ଜିଲ୍ଲାରୁ ୪୦, ନବରଙ୍ଗପୁର ଜିଲ୍ଲାରୁ ୧୨, କେନ୍ଦୁଝର ଜିଲ୍ଲାରୁ ୪୧, ସୁବର୍ଣ୍ଣପୁର ଜିଲ୍ଲାରୁ ୧୮, ଅନୁଗୁଳ ଜିଲ୍ଲାରୁ ୬୯, ବରଗଡ଼ ଜିଲ୍ଲାରୁ ୩୨, ନୂଆପଡ଼ା ଜିଲ୍ଲାରୁ ୩୮, ଦେବଗଡ଼ରୁ ୧୬ ଓ ବୌଦ୍ଧ ଜିଲ୍ଲାରୁ ୩୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଛଡ଼ା ଷ୍ଟେଟ୍ ପୁଲରୁ ୨୯ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି।
ଏବେ ରାଜ୍ୟରେ ମୋଟ୍ ୨,୬୬,୧୦୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬,୫୧୨ ରହିଛି।

ଏଣେ କରୋନାରେ ପୁଣି ୧୩ଜଣଙ୍କ ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୨୭୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

The post ୧୨୪୭ ନୂଆ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୩ହଜାର ୯୪୨କୁ ବୃଦ୍ଧି first appeared on Sambad.



from କରୋନା – Sambad https://ift.tt/3ow40Je