
କଟକ: ପବିତ୍ର ଦଶହାର ପର୍ବ ଶେଷ ହେବା ପରେ ଧରାପୃଷ୍ଠରୁ ଜଗତ ଜନନୀ ମା’ ଦୁର୍ଗା ବିଦାୟ ନେଇଛନ୍ତି। ଆଜି କଟକ ସହରରେ ଦେଢ଼ ଶହରୁ ଉର୍ଦ୍ଧ୍ୱ ଦୁର୍ଗା ମୂର୍ତ୍ତି ବିସର୍ଜନ ହୋଇଛି।। ୧୪ଟି ସ୍ଥାନରେ ମୂର୍ତ୍ତି ବିସର୍ଜନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା।

କରୋନା କଟକଣାକୁ ଦୃଷ୍ଟିରେ ରଖି ଆଜି କଟକ ସହରରେ ପୂଜା କମିଟି ଗୁଡ଼ିକ ମା’ଙ୍କ ମେଢ଼କୁ ବିସର୍ଜନ ପାଇଁ ବାହାର କରିଥିଲେ।

ଅନ୍ୟ ବର୍ଷ ଗୁଡ଼ିକ ଭଳି ବିସର୍ଜନ ପାଇଁ ଶୋଭାଯାତ୍ରା ନଥିଲା। ନାଚ-ଗୀତ-ବାଦ୍ୟର ଅନୁପସ୍ଥିତି ଲାଗି ଖାଁ ଖାଁ ଲାଗୁଥିଲା।

ଆଜି ଦିନ ୧୦ଟାରୁ ଭସାଣି ପାଇଁ ମା’ଙ୍କୁ ମହାନଦୀ ଓ କାଠଯୋଡ଼ିରେ ବ୍ୟବସ୍ଥା କରାଯାଇଥିବା ୧୪ଟି ସ୍ଥାନକୁ ନିଆଯାଇଥିଲା। ଭସାଣି ସନ୍ଧ୍ୟା ୬ଟା ସୁଦ୍ଧା ଶେଷ ହୋଇଥିଲା।

ଭକ୍ତ ଓ ଶ୍ରଦ୍ଧାଳୁମାନେ ମା’ଙ୍କ ପାଖକୁ ଯିବା ପାଇଁ ଆଗ୍ରହୀ ଥିଲେ ମଧ୍ୟ, ସେମାନଙ୍କୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିଲା।

କିନ୍ତୁ ଶ୍ରଦ୍ଧାଳୁମାନେ ଦୂରରୁ ଥାଇ ମା’ଙ୍କ ବିସର୍ଜନ ସମୟର ଦୃଶ୍ୟ ଦେଖୁଥିଲେ।

The post ଫଟୋରେ ଦେଖନ୍ତୁ ମହାମାୟୀଙ୍କ ମେଲାଣିର ଦୃଶ୍ୟ: ବିଦାୟ ନେଲେ ମା’ ଦୁର୍ଗା first appeared on Sambad.
from କରୋନା – Sambad https://ift.tt/3jAKQOx
0 Comments