ନୂଆଦିଲ୍ଲୀ: ଧୀରେ ଧୀରେ କମ୍‌ ହେବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୬ ହଜାର ୪୬୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୭୯ ଲକ୍ଷ ୪୬ ହଜାର ୪୨୯ ଛୁଇଁଛି।

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୪୮୮ ଜଣଙ୍କ ମୃତ୍ୟୁ ଘଟି କରୋନା ଜନିତ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୧୯ ହଜାର ୫୦୨ ଛୁଇଁଛି। ଏବେ ସୁଦ୍ଧା ଦେଶରେ ୭୨ ଲକ୍ଷ ଏକ ହଜାର ୭୨ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ସାରିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୨୫ ହଜାର ୮୫୭ ଜଣ। କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୬୩ ହଜାର ୮୪୨ ସଂକ୍ରମିତ ସୁସ୍ଥ ହୋଇଛନ୍ତି।

ଇଣ୍ଡିଅଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ(ଆଇସିଏମ୍‌ଆର୍‌) ଦେଇଥିବା ତଥ୍ୟ ଅନୁଯାୟୀ, ଏବେ ସୁଦ୍ଧା ଦେଶରେ ସମୁଦାୟ ୧୦ କୋଟି ୪୪ ଲକ୍ଷ ୨୦୦ ହଜାର ୮୯୪ ନମୁନା ପରୀକ୍ଷା ହୋଇ ସାରିଲାଣି। କେବଳ ଗତ ୨୪ ଘଣ୍ଟା ମଧ୍ୟ‌ରେ ୯ ଲକ୍ଷ ୫୮ ହଜାର ୧୧୬ ନମୁନା ପରୀକ୍ଷା ହୋଇଛି।

The post କମୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୬,୪୬୯ ନୂଆ ଆକ୍ରାନ୍ତ ଚିହ୍ନଟ first appeared on Sambad.



from କରୋନା – Sambad https://ift.tt/3ms22HP