
ନୂଆଦିଲ୍ଲୀ: ଦେଶରେ କିଛି ସ୍ଥାନରେ କରୋନା ରୋଗୀ ପୁନଃ ସଂକ୍ରମିତ ହେବା ଖବର ମିଳିଥିଲା। ଏବେ ଆଇସିଏମ୍ଆର (ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ୍) ପକ୍ଷରୁ ଏହା ସ୍ବୀକାର କରାଯାଇଛି। ଆଇସିଏମ୍ଆର ଡିଜି ବଳରାମ ଭାର୍ଗବ କହିଛନ୍ତି, ଦେଶରେ କିଛି ଲୋକ ପୁନଃ ସଂକ୍ରମିତ ହୋଇଛନ୍ତି। ସମଗ୍ର ବିଶ୍ବରେ ମୋଟ୍ ୨୪ ପୁନଃ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି।
କରୋନାରୁ ସୁସ୍ଥ ହୋଇଥିବା ଜଣେ ବ୍ୟକ୍ତି ୯୦ରୁ ୧୦୦ ଦିନ ମଧ୍ୟରେ ପୁନଃ ସଂକ୍ରମିତ ହେବାକୁ ପୁନଃ ସଂକ୍ରମଣ କୁହାଯାଉଛି। କିନ୍ତୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ପୁନଃ ସଂକ୍ରମଣର ସଜ୍ଞା ନିରୂପଣ କରିନାହାନ୍ତି କି ଏନେଇ କୌଣସି ନିର୍ଦ୍ଦିଷ୍ଟ ଦିନ ଧାର୍ଯ୍ୟ କରିନାହାନ୍ତି। । ତେବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ ଅଧିକାଂଶ କରୋନା ସଂକ୍ରମିତ ବ୍ୟକ୍ତି ସୁସ୍ଥ ହେବାପରେ ସେମାନଙ୍କଠାରେ ଆଣ୍ଟିବଡ଼ି ବିକାଶ ହେବାକୁ ପ୍ରାୟ ୪ ମାସ ଲାଗିଯାଉଛି। ଦେଶରେ ଚିହ୍ନଟ ହୋଇଥିବା ମାମଲାକୁ ଆଇସିଏମ୍ଆରର ଏକ ବିଶେଷଜ୍ଞ କମିଟି ଅନୁଧ୍ୟାନ କରୁଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି।
The post ଦେଶରେ କିଛି ଲୋକ ପୁନଃ ସଂକ୍ରମିତ ହୋଇଛନ୍ତି : ଆଇସିଏମ୍ଆର first appeared on Sambad.
from କରୋନା – Sambad https://ift.tt/314xOT2
0 Comments