
ନୂଆଦିଲ୍ଲୀ: କୋଭିଡ୍ ଟିକା ‘କୋଭାକ୍ସିନ୍’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଗତ ୨୨ ତାରିଖରେ ସ୍ବିକୃତୀ ପାଇଥିବା ଭାରତ ବାୟୋଟେକ୍ ଆସନ୍ତା ଜୁନ୍ ୨୦୨୧ ସୁଦ୍ଧା ଟିକା ଆଣିବା ପାଇଁ ଯୋଜନା କରୁଛି। ଆଇସିଏମ୍ଆର ସହ ମିଶି ଭାରତ ବାୟୋଟେକ୍ ଦ୍ବାରା ସ୍ବଦେଶୀ ଜ୍ଞାନକୌଶଳରେ ଏହି ଟିକା ପ୍ରସ୍ତୁତ କରାଯାଉଛି। ଭାରତ ବାୟୋଟେକ୍ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସାଇ ପ୍ରସାଦ କହିଛନ୍ତି, ଭାରତ ବାୟୋଟେକ୍ ଦେଶର ୧୨-୧୪ଟି ରାଜ୍ୟରେ ୨୦ ହଜାରରୁ ଅଧିକ ସ୍ବେଚ୍ଛାସେବୀଙ୍କଠାରେ ତୃତୀୟ ପର୍ଯ୍ୟାୟରେ ଏହି ଟିକା ପରୀକ୍ଷଣ ଯୋଜନା କରିଛି। ଜୁନ୍ ୨୦୨୧ ସୁଦ୍ଧା ଭାରତ ବାୟୋଟେକ୍ କୋଭାକ୍ସିନ୍ ଛାଡ଼ିବାକୁ ଯୋଜନା କରିଛି। ସରକାର ଜରୁରୀ ବ୍ୟବହାର ପାଇଁ ‘କୋଭାକ୍ସିନ୍’କୁ ସ୍ବିକୃତୀ ପ୍ରଦାନ କରିପାରନ୍ତି ବୋଲି ପ୍ରସାଦ କହିଛନ୍ତି। ଉଲ୍ଲେଖଯୋଗ୍ୟ ଭାରତ ବାୟୋଟେକ୍ ଗତ ୨୩ ତାରିଖରେ କହିଥିଲା ଯେ, କୋଭିଡ୍ ଟିକାର ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣର ସଫଳ ଆକଳନ ହୋଇପାରିଛି। ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସଫଳ ହେବାପରେ ସରକାର ଏହାର ଜରୁରୀ ବ୍ୟବହାର ପାଇଁ ଅନୁମତି ଦେବା ଦିଗରେ କୌଣସି ପ୍ରତିବନ୍ଧକ ରହିବ ନାହିଁ।
The post ଜୁନ୍ ୨୦୨୧ ସୁଦ୍ଧା ଆସିବ ‘କୋଭାକ୍ସିନ୍’! first appeared on Sambad.
from କରୋନା – Sambad https://ift.tt/2Huwouk
0 Comments