ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ମୁମ୍ବାଇସ୍ଥିତ ବାସଭବନ ‘ଜଲ୍‌ସା’ରେ କାର୍ଯ୍ୟରତ ଜଣେ ସହାୟକ କୋଭିଡ୍‌-୧୯ ପଜିଟିଭ୍ ହୋଇଥିବା ପରୀକ୍ଷାରୁ ଜଣାପଡ଼ିଛି ବୋଲି ‘ବି.ଏମ୍‌.ସି.’ର ଜଣେ ଅଧିକାରୀ କହିଛନ୍ତି।

ଜାନୁଆରି ୨ ତାରିଖ ରବିବାର ଦିନ ବଚ୍ଚନଙ୍କର ‘ପ୍ରତୀକ୍ଷା’ ଏବଂ ‘ଜଲ୍‌ସା’ ବଙ୍ଗଳାର ୩୧ଜଣ ସହାୟକଙ୍କ ନମୁନା ପରୀକ୍ଷା କରାଯିବା ପରେ ମାତ୍ର ଜଣେ କରୋନାଭାଇରସ୍‌ ପଜିଟିଭ୍‌ ବାହାରିଛି। ବାକି ୩୦ଜଣଙ୍କର ନମୁନା ନେଗେଟିଭ୍‌ ଆସିଛି ବୋଲି ସେ ସୂଚନା ଦେଇଛନ୍ତି।

ଏହା ଥିଲା ନିୟମିତ କୋଭିଡ୍‌-୧୯ ପରୀକ୍ଷା। ପଜିଟିଭ୍‌ ହୋଇଥିବା ସହାୟକଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଉନାହିଁ। ତାଙ୍କୁ ‘ବି.ଏମ୍‌.ସି.’ର ‘କୋଭିଡ୍‌ କେୟାର୍‌ ସେଣ୍ଟର୍‌-୨’ରେ କ୍ବାରେଣ୍ଟିନ୍‌ରେ ରଖାଯାଇଛି ବୋଲି ଅଧିକାରୀଜଣକ କହିଛନ୍ତି। କୋଭିଡ୍‌-୧୯ ନିୟମ ଅନୁଯାୟୀ, ଆକ୍ରାନ୍ତଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷଙ୍କର କଣ୍ଟାକ୍ଟ୍‌ ଟ୍ରେସିଙ୍ଗ୍, ଟେଷ୍ଟିଙ୍ଗ୍ ଏବଂ ହୋମ୍‌ କ୍ବାରେଣ୍ଟିନ୍‌ ବ୍ୟବସ୍ଥା କରାଯିବ।

Image Courtesy of NDTV

ମଙ୍ଗଳବାର ଦିନ ମଧ୍ୟ ‘ବ୍ଲଗ୍‌ ପୋଷ୍ଟ୍‌’ରେ ଅମିତାଭ ସୂଚନା ଦେଇଥିଲେ ଯେ, ସେ କେତେକ ଘରୋଇ ‘କୋଭିଡ୍‌’ ପରିସ୍ଥିତି ନେଇ ବ୍ୟସ୍ତ ଅଛନ୍ତି। ପରେ ସେ ପ୍ରଶଂସକମାନଙ୍କ ସହ ଯୋଗସୂତ୍ର ରକ୍ଷା କରିବେ।

୨୦୨୦ରେ ନିଜେ ଅମିତାଭ ବଚ୍ଚନ କରୋନାଭାଇରସ୍‌ ପଜିଟିଭ୍‌ ହେବା ପରେ ନାନାବତୀ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ ହୋଇଥିଲେ। ସୁସ୍ଥ ହେବା ପରେ ସେ ଘରକୁ ଫେରି କିଛି ଦିନ ପରେ ପୁଣି ଅଭିନୟ ଆରମ୍ଭ କରିଥିଲେ। ଅମିତାଭଙ୍କ ସଦ୍ୟତମ ଚଳଚ୍ଚିତ୍ର ଥିଲା ଇମ୍ରାନ୍‌ ହାସ୍‌ମି ଅଭିନୟ କରିଥିବା ‘ଚେହରେ’। ଏହାଛଡ଼ା, ‘ଝୁଣ୍ଡ୍‌’, ‘ବ୍ରହ୍ମାସ୍ତ୍ର’, କନ୍ନଡ଼ ଚଳଚ୍ଚିତ୍ର ‘ବଟର୍‌ଫ୍ଲାଇ’, ‘ମେଡେ’, ଗୁଡ୍‌ ବାଏ’, ‘ଉଞ୍ଚାଇ’ ଏବଂ ଏଯାବତ୍‌ ନାଁ ସ୍ଥିର ନ ହୋଇଥିବା ନାଗ ଅଶ୍ବିନୀଙ୍କର ଏକ ଚଳଚ୍ଚିତ୍ରରେ ମଧ୍ୟ ଅମିତାଭ ଅଭିନୟ କରୁଛନ୍ତି।

The post ଅମିତାଭ ବଚ୍ଚନଙ୍କ ଘରୋଇ ସହାୟକ କୋଭିଡ୍-୧୯ ପଜିଟିଭ୍‌ ଚିହ୍ନଟ first appeared on Sambad.

from କରୋନା | Sambad https://ift.tt/3JBaKjk