
ମୁମ୍ବାଇ : ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ବିସିସିଆଇପକ୍ଷରୁ ୨୦୨୧-୨୨ ସିଜିନ ପାଇଁ ଖେଳାଯିବାକୁ ଥିବା ରଣଜୀ ଟ୍ରଫି, ସିକେ ନାଇଡୁ ଟ୍ରଫି ଓ ସିନିଅର ମହିଳା ଟି୨୦ ଲିଗକୁ ସ୍ଥଗିତ କରିଦିଆଯାଇଛି ।
ରଣଜୀ ଟ୍ରଫି ଓ ସିକେ ନାଇଡୁ ଟ୍ରଫି ଚଳିତ ମାସରେ ଆରମ୍ଭ ହୋଇଥାନ୍ତା । ସେହିପରି ସିନିଅର ମହିଳା ଟି୨୦ ଲିଗ ଫେବ୍ରୁଆରିରୁ ଆରମ୍ଭ ହୋଇଥାନ୍ତା ।
ଏ ସମ୍ପର୍କରେ ବିସିସିଆଇ ପକ୍ଷରୁ କୁହାଯାଇଛି ଯେ ବିସିସିଆଇ ଖେଳାଳୀ, ସହାୟକ କର୍ମଚାରୀ ଓ ମ୍ୟାଚ ଅଫିସିଆଲଙ୍କ ସୁରକ୍ଷା ସହ ସାଲିସ କରିବାକୁ ଚାହୁଁନାହିଁ । ଏଣୁ ରଣଜୀ ଟ୍ରଫି, ସିକେ ନାଇଡୁ ଟ୍ରଫି ଓ ସିନିଅର ମହିଳା ଟି୨୦ ଲିଗକୁ ସ୍ଥଗିତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ବୋର୍ଡ ସ୍ଥିତି ଉପରେ ନଜର ରଖିଛି, ସ୍ଥିତିରେ ସୁଧାର ଆସିଲେ ଏସବୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ପାଇଁ ନିଷ୍ପତ୍ତି ନିଆଯିବ ।
ସୂଚନାଯୋଗ୍ୟ ଯେ, ଦେଶରେ ଗତ ୨୪ ଘଣ୍ଟାରେ ପ୍ରାୟ ୩୩,୭୫୦ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଦେଶରେ ସକ୍ରିୟ ମାମଲା ଏବେ ୧,୪୫,୫୮୨ ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ସକ୍ରିୟ ମାମଲାରେ ୨୨,୭୮୧ ବୃଦ୍ଧି ହୋଇଛି। ଦେଶରେ ୨୩ ରାଜ୍ୟରେ ମୋଟ୍ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୭୧୧ ରହିଛି । ମହାରାଷ୍ଟ୍ରରେ ସର୍ବାଧିକ ୫୧୦ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଥିବାବଳେ ଦିଲ୍ଲୀରେ ଓମିକ୍ରନ୍ ମାମଲା ୩୫୧ ରହିଛି ।
The post କରୋନା ପାଇଁ ରଣଜୀ ଟ୍ରଫି, ସିକେ ନାଇଡୁ ଟ୍ରଫି ସ୍ଥଗିତ first appeared on Sambad.from କରୋନା | Sambad https://ift.tt/3mQZR3h
0 Comments