ଭୁବନେଶ୍ବର: କରୋନା ସଂକ୍ରମଣ ଓ ଓମିକ୍ରନ୍ ବଢ଼ିବା ନେଇ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଯେଉଁମାନେ ବିଦେଶରୁ ଫେରୁଛନ୍ତି ସେମାନଙ୍କର ଟେଷ୍ଟ ହେଉଛି। ପିଜିଟିଭ ହେଲେ ଜିନମ ସିକ୍ବେନ୍ସିଂ କରାଯାଉଛି। ଗତକାଲି ଚିହ୍ନଟ ୨୩ ଓମିକ୍ରନ୍ ଆକ୍ରାନ୍ତଙ୍କ ଭିତରୁ ୧୯ ଜଣଙ୍କଠାରେ ଲକ୍ଷଣ ନାହିଁ। ଲକ୍ଷଣ ବହୁତ କମ୍ ଲୋକଙ୍କ ରହିଛି। ଅନ୍ୟମାନଙ୍କ ସାଧାରଣ ଲକ୍ଷଣ ଅଛି। ସେମାନଙ୍କ ମଧ୍ୟରୁ ଲୋକଲ ମଧ୍ୟ ରହିଛନ୍ତି। କମ୍ୟୁନିଟିରେ ଭାଇରସ ଅଛି। ଗୋଷ୍ଠୀରେ ଓମିକ୍ରନ ରହିଛି। ତାକୁ ଚିହ୍ନଟ କରାଯାଉଛି। ଓମିକ୍ରନ୍ ଅଧିକ ସଂକ୍ରମଣ କରିବ, କିନ୍ତୁ ସିଭରିଟି ନାହିଁ।
ଏଣୁ ଭିଡ଼ ଜମାନ୍ତୁ ନାହିଁ। କୋଭିଡ ନିୟମ ମାନନ୍ତୁ। ନହେଲେ ସଂଖ୍ୟା ବଢ଼ିବ। ସରକାର ସବୁ ପ୍ରକାର ଇନପୁଟ ନେଉଛନ୍ତି। ଜିଲାପାଳମାନେ ଗାଇଡଲାଇନ ଅନୁସାରେ କଟକଣା କରିବେ। ଲୋକାଲରେ ଓମିକ୍ରନ୍ ଅଛି। ଚିହ୍ନଟ ହେଉଛି। ତେଣୁ ସଂକ୍ରମଣ ହେବ। ଏଥିନେଇ ସମସ୍ତେ ସଚେତନ ହେବା ଦରକାର।

ସୂଚନାଯୋଗ୍ୟ, ଗତକାଲି ୨୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୂର୍ବରୁ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହି ସଂଖ୍ୟାକୁ ମିଶାଇ ରାଜ୍ୟରେ ସମୁଦାୟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୭ରେ ପହଞ୍ଚିଛି। ଆଉ ଏମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇସାରିଛନ୍ତି। ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସ ପକ୍ଷରୁ କୁହାଯାଇଛି ଯେ ଏହି ଚିହ୍ନଟ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୫୦ ପ୍ରତିଶତ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ୫୦ ପ୍ରତିଶତ ବିଦେଶୀ ଫେରନ୍ତା।
The post ଗତକାଲି ଚିହ୍ନଟ ୧୯ ଓମିକ୍ରନ୍ ଆକ୍ରାନ୍ତଙ୍କଠାରେ ଲକ୍ଷଣ ନାହିଁ: ସ୍ୱାସ୍ଥ୍ୟ ନିର୍ଦେଶକ first appeared on Sambad.from କରୋନା | Sambad https://ift.tt/3HpkbR0
0 Comments