
ନୂଆଦିଲ୍ଲୀ: ୨୦୨୨ରେ କରୋନା ମହାମାରୀକୁ ହରାଇ ହେବ। କିନ୍ତୁ ବୈଶ୍ବିକ ଟିକାକରଣ ସଫଳ ନହେଲେ ମହାମାରୀ ଯିବନାହିଁ ଏବଂ ଏହା ସଂକ୍ରମଣ କରିଚାଲିଥିବ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ମୁଖ୍ୟ ଟେଡ୍ରସ ଆଦନମ କହିଛନ୍ତତି। ‘ହୁ’ ମୁଖ୍ୟ କହିଛନ୍ତି, ବୈଶ୍ବିକ ଟିକାକରଣ ଶେଷ ନହେଲେ ମହାମାରୀ ଯିବ ବୋଲି ଆମେ ଆଶ୍ବସ୍ତ ହୋଇପାରିବା ନାହିଁ। ଟିକା ଗଚ୍ଛିତ ରଖିବା ବିରୋଧରେ ସେ ସତର୍କ କରାଇଛନ୍ତି। ଟେଡ୍ରସ୍ କହିଛନ୍ତି, ଟିକା ବଣ୍ଟନରେ ସମାନତା ରହୁନଥିବାରୁ ସଂକ୍ରମଣ ବଢ଼ିବାର ବିପଦକୁ ଏହା ବଢ଼ାଉଛି। ସଂକୀର୍ଣ୍ଣ ଜାତୀୟତାବାଦ ଏବଂ ଟିକା ଗଚ୍ଛିତ ରଖିବା ଦ୍ବାରା ଯୋଗାଣରେ ବଡ଼ ଅସମତା ଦେଖିବାକୁ ମିଳିଛି। ଏହାଦ୍ବାରା ବିପଦ ଏତେ ବଢ଼ିଯିବ ଯେ, କିଛି ଆକଳନ କରିହେବ ନାହିଁ। ଟେଡ୍ରସ୍ କହିଛନ୍ତି, ଯଦି ଆମେ ପକ୍ଷପାତକୁ ଶେଷ କରିପାରିବା ତେବେ ଆମେ ମହାମାରୀକୁ ଶେଷ କରିପାରିବା।
The post ବୈଶ୍ବିକ ଟିକାକରଣ ସଫଳ ନହେଲେ ମହାମାରୀ ରହିବ: ‘ହୁ’ first appeared on Sambad.from କରୋନା | Sambad https://ift.tt/3qJ4ihJ
0 Comments