ନୂଆଦିଲ୍ଲୀ : କୋଭିଡ୍‌-୧୯ ମହାମାରୀ ସମୟରେ ସମସ୍ତ ସ୍ବାସ୍ଥ୍ୟକର୍ମୀ ଏବଂ ଫ୍ରଣ୍ଟ୍‌ଲାଇନ୍‌ରେ କାର୍ଯ୍ୟ କରୁଥିବା ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଏବଂ ଓମିକ୍ରନ୍ ସଂକ୍ରମଣରୁ ରକ୍ଷା କରିବା ପାଇଁ କରୋନା ଭାଇରସ୍ ଟିକା ଦିଆଯିବା ଉଚିତ ବୋଲି ଆଇଏମ୍ଏ ସଭାପତି ଡାକ୍ତର ଜେ ଜୟଲାଲ କହିଛନ୍ତି। କୌଣସି ଗମ୍ଭୀର ପରିସ୍ଥିତିରେ ଦେଶରେ ଅଧିକ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କର ଆବଶ୍ୟକତା ରହିଛି ବୋଲି ଉଲ୍ଲେଖ କରି ଡାକ୍ତର ଜୟଲାଲ କହିଛନ୍ତି ସମସ୍ତ ସ୍ୱାସ୍ଥ୍ୟସେବା କର୍ମଚାରୀ ଏବଂ ଫ୍ରଣ୍ଟଲାଇନ କର୍ମଚାରୀମାନଙ୍କ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଟିକା ବୁଷ୍ଟର ଡୋଜ ଦିଆଯିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏନ୍‌ଇଇଟି-ପିଜି କାଉନସେଲିଂ ବିଳମ୍ବ ହେତୁ ଆମର ମାନବସମ୍ବଳ କ୍ଷେତ୍ରରେ ଅଭାବ ରହିଛି ବୋଲି ସେ ମତ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିରେ ହସ୍ତକ୍ଷେପ କରିବାକୁ ଏବଂ ଶୀଘ୍ର ପ୍ରକ୍ରିୟା ଆରମ୍ଭ କରିବାକୁ ସେ ଅନୁରୋଧ କରିଛନ୍ତି।

ନ୍ୟାସନାଲ ଟେକ୍ନିକାଲ୍ ଗ୍ରୁପ୍ ଅଫ୍ ଇମ୍ୟୁନାଇଜେସନ୍ (ଏନ୍‌ଟିଏଜିଆଇ) ଶିଶୁମାନଙ୍କ ଟିକାକରଣ ଏବଂ ନୂତନ କୋଭିଡ୍‌-୧୯ ଉପରେ ବଢ଼ୁଥିବା ଚିନ୍ତାଧାରା ମଧ୍ୟରେ କୋଭିଡ-୧୯ ଟିକାକରଣର ଅତିରିକ୍ତ ମାତ୍ରା ଉପରେ ଆଲୋଚନା କରିବାକୁ ସ୍ଥିର ହେବାପରେ ଓମିକ୍ରନ୍‌କୁ ନେଇ ଆଇଏମ୍‌ଏ ସଭାପତି ଏହି ବିବୃତ୍ତି ଦେଇଛନ୍ତି। ଅଧିକାରୀଙ୍କ ଅନୁଯାୟୀ, ଅତିରିକ୍ତ ଟିକାକରଣର ମାତ୍ରା ବୁଷ୍ଟର ଡୋଜଠାରୁ ଭିନ୍ନ।

The post ଫ୍ରଣ୍ଟ୍‌ଲାଇନ୍‌ କର୍ମଚାରୀଙ୍କ ପାଇଁ ବୁଷ୍ଟର ଡୋଜ୍‌ ଗୁରୁତ୍ବପୂର୍ଣ୍ଣ: ଆଇଏମ୍‌ଏ ମୁଖ୍ୟ first appeared on Sambad.

from କରୋନା | Sambad https://ift.tt/3EHIyby