
ଦଶରଥପୁର : ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ସ୍ଥିତ କସ୍ତୁରବା ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ୯ଜଣ ଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାପରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ଏଠାରେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ୧୮୨ ଜଣ ଛାତ୍ରୀ ବିଦ୍ୟାଳୟର ଛାତ୍ରାବାସରେ ରହୁଛନ୍ତି।
ଦୁଇ ଦିନ ତଳେ ଜଣେ ଛାତ୍ରୀ ଅସୁସ୍ଥ ହେବାରୁ ଏଠାରେ ସ୍ୱତନ୍ତ୍ରଭାବେ ଛାତ୍ରୀମାନଙ୍କର କୋଭିଡ଼୍ ପରୀକ୍ଷା କରାଯାଇଥିଲା। ଏଥିରେ ୯ଜଣ ଛାତ୍ରୀ ପଜିଟିଭ୍ ଚିହ୍ନଟ ହେବା ପରେ ବିଦ୍ୟାଳୟର ୧୧ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ୬ଜଣ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ସୂଚନା ପାଇ ଦଶରଥପୁର ବିଡିଓ ଶ୍ୱେତା ସ୍ନିଗ୍ଧା ବ୍ଲକ୍ ଶିକ୍ଷାଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଆସନ୍ତାକାଲି ଏହି ବିଦ୍ୟାଳୟକୁ ସମ୍ପୂର୍ଣ୍ଣ ବିଶୋଧନ କରାଯିବା ସହ ପଜିଟିଭ୍ ଚିହ୍ନଟ ଛାତ୍ରୀଙ୍କୁ ସଂଗରୋଧରେ ରଖାଯାଇଛି ବୋଲି ବିଡିଓ କହିଛନ୍ତି।
The post କସ୍ତୁରବା ବିଦ୍ୟାଳୟର ୯ ଛାତ୍ରୀ କରୋନା ଆକ୍ରାନ୍ତ first appeared on Sambad.from କରୋନା | Sambad https://ift.tt/3pugTol
0 Comments