ଭୁବନେଶ୍ବର: ଓଡ଼ିଶାରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର। ସେ କହିଛନ୍ତି, ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସେମାନେ ବିଦେଶରୁ ଆସିବା ପରେ ଆଇସୋଲେସନରେ ଥିଲେ। ଉଭୟଙ୍କ କଣ୍ଟାକ୍ଟ ଟ୍ରେସିଂରୁ ଜଣାପଡ଼ିଛି ଯେ ଜଣେ ୧୧ ଜଣଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ଅନ୍ୟ ଜଣେ ୧୦ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି। ଉଭୟଙ୍କ ଉପରେ ନଜର ରଖାଯାଇଛି। ଏଥିନେଇ ଭୟଭୀତ ନ ହେବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର ପରାମର୍ଶ ଦେଇଛନ୍ତି।
ଜଣଙ୍କର ଲକ୍ଷଣ ନଥିବା ବେଳେ ଅନ୍ୟ ଜଣଙ୍କର ସ୍ୱଳ୍ପ ଲକ୍ଷଣ ଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ଗତ ନଭେମ୍ବର ୨୧ ପରଠାରୁ ସର୍ଭେଲାନ୍ସରେ ରଖାଯାଇଥିଲା। ୮ ହଜାର ୮୦୦ରୁ ଅଧିକ ଯାତ୍ରୀ ବିଦେଶରୁ ଆସିଥିଲେ। ୧୬ଶହ ପାଖାପାଖି ଆଟ ରିସ୍କ କଂଟ୍ରିରୁ ଆସିଥିଲେ। ସେମାନଙ୍କ ଭିତରୁ ୧୨ ଜଣ ଆରଟିପିସିଆର ପଜିଟିଭ ହୋଇଥିଲେ। ପ୍ରଥମ ପର୍ଯ୍ୟାୟରେ ୪ ପଜିଟିଭ ନମୁନା ଜିନମ ସିକ୍ୱେନ୍ସିଂରୁ ଓମିକ୍ରନ ବାହାରି ନଥିଲା। ଦ୍ୱିତୀୟ ପର୍ଯ୍ୟାୟ ଜିନମ ସିକ୍ୱେନ୍ସିଂରୁ ୨ଜଣ ଓମିକ୍ରନ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ନିରଂଜନ ମିଶ୍ର।

The post ଓଡ଼ିଶାରେ ଚିହ୍ନଟ ୨ ଓମିକ୍ରନ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ first appeared on Sambad.

from କରୋନା | Sambad https://ift.tt/328RlFN