
ଭୁବନେଶ୍ବର: ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪ କୋଟି ୩୮ ଲକ୍ଷ ୨୧ ହଜାର ୭୦୮ ଟିକା ଦିଆସାରିଲାଣି ବୋଲି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଏଥିମଧ୍ୟରୁ ୨ କୋଟି ୭୯ ଲକ୍ଷ ୬ ହଜାର ୪୬୬ ଜଣ ପ୍ରଥମ ଡୋଜ ଟିକା ନେଇଛନ୍ତି, ଯାହା ୮୬ ପ୍ରତିଶତ। ସେହିପରି ଦ୍ବିତୀୟ ଡୋଜ ନେଇଛନ୍ତି ୧ କୋଟି ୫୯ ଲକ୍ଷ ୧୫ ହଜାର ୨୪୨। ଏଥିରେ ମାତ୍ର ୪୯ ପ୍ରତିଶତ ଲୋକ ଟିକା ନେଇଛନ୍ତି। ତେବେ ଗର୍ଭବତୀ ମହିଳା ନେଇଛନ୍ତି ୩ ଲକ୍ଷ ୬୪ ହଜାର ୫୯ ଜଣ। ବର୍ତ୍ତମାନ ସୁଦ୍ଧା ୪୬ ଲକ୍ଷ ହିତାଧିକାରୀ ପ୍ରଥମ ଡୋଜ ନେଇନାହାନ୍ତି। ଅପରପକ୍ଷରେ ୩୧ ଲକ୍ଷ ଲୋକ ଦ୍ବିତୀୟ ଡୋଜ ଟିକା ନେଇନାହାନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ଯେଉଁମାନଙ୍କର ଟିକା ନେବାର ସମୟ ହୋଇଛି, ସେମାନେ ଯଥାଶୀଘ୍ର ଆସି ଟିକା ନେଇଯାଅନ୍ତୁ। ଯାହାଫଳରେ କରୋନାର ନୂଆ ଭୁତାଣୁ ଦେଖା ଦେଲାନି। ଏହି ଭୁତାଣୁ ସଂକ୍ରମଣ କରିବା ପୂର୍ବରୁ ସତର୍କ ରହିବା ସହ ଟିକାକରଣ କରିନେବା ଆବଶ୍ୟକ।
ଡିସେମ୍ବର ଶେଷ ସୁଦ୍ଧା ଶତ ପ୍ରତିଶତ ଟିକା ଦିଆଯିବ ବୋଲି ଲକ୍ଷ୍ୟ ରଖାଯାଇଛି। ବିଶେଷ ଭାବରେ ଗ୍ରାମାଞ୍ଚଳକୁ ଅଧିକ ଫୋକସ କରାଯାଉଛି। ମୋବାଇଲ ଭ୍ୟାନ ଦ୍ବାରା ଘର ଘର ବୁଲି ଟିକାକରଣ କରାଯାଉଛି। ପ୍ରତି ଗାଁରେ ଥିବା ଆଶାକର୍ମୀ ଏବଂ ସ୍ବାସ୍ଥ୍ୟକର୍ମୀ ଗ୍ରାମାଞ୍ଚଳରେ ଥିବା ପ୍ରଭାବଶାଳୀ ଲୋକଙ୍କ ମାଧ୍ୟମରେ ଲୋକଙ୍କୁ କିଭକି ଟିକା ଦିଆଯିବ ସେନେଇ ମଧ୍ୟ ସଚେତନ କରୁଛନ୍ତି। ଯେଉଁମାନେ ଟିକା ନେଇନାହାନ୍ତି ସେମାନଙ୍କୁ ଟିକା ନେବାକୁ ଅନୁରୋଧ କରାଯାଉଛି।
The post ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪ କୋଟି ୩୮ ଲକ୍ଷ ୨୧ ହଜାର ୭୦୮ ଟିକା ଦିଆସାରିଲାଣି: ପରିବାର କଲ୍ୟାଣ ନିର୍ଦେଶକ first appeared on Sambad.from କରୋନା | Sambad https://ift.tt/3ElqILu
0 Comments