
ଭୁବନେଶ୍ବର: ଓମିକ୍ରନ ସଂକ୍ରମଣ ବିପଦ ଥିବା ଦେଶରୁ ଓଡ଼ିଶାକୁ ବର୍ତ୍ତମାନ ସୁଦ୍ଧା ୩୮୦ ଜଣ ଫେରିଛନ୍ତି। ଏନେଇ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ୨୮ ତାରିଖ ସୁଦ୍ଧା ଓଡ଼ିଶାକୁ ୨୨୪ ଜଣ ଆସିଥିବା ବେଳେ ୨୯ ତାରିଖରେ ୧୫୬ ଜଣ ଆସିଛନ୍ତି। ଓଡ଼ିଶା ଫେରନ୍ତାମାନେ ସବୁ ଟେଷ୍ଟ କରି ଆସୁଛନ୍ତି। ଏମାନେ କୋଭିଡ୍ ରିପୋର୍ଟ ନେଗେଟିଭ ଥିଲେ ବି ୭ ଦିନ ସଙ୍ଗରୋଧରେ ରହିବେ। ବିଦେଶ ଫେରନ୍ତାଙ୍କ ତାଲିକା ପ୍ରଶାସନକୁ ଦିଆଯାଇଛି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, କୋଭିଡର ନୂଆ ଭେରିୟଣ୍ଟ ଓମିକ୍ରନ ବର୍ତ୍ତମାନ ୨୬ଟି ଦେଶକୁ ବ୍ୟାପିଲାଣି । ସରକାରଙ୍କ ନିର୍ଦେଶ ରହିଛି, ଯେଉଁମାନେ ରିସ୍କ ଦେଶରୁ ଆସୁଛନ୍ତି, ସେମାନେ ନେଗେଟିଭ ରିପୋର୍ଟ ଧରିକି ଆସିବେ। ନିଜ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ(କେଉଁଠୁ ଆସୁଛନ୍ତି କେଉଁଠିକୁ ଯିବେ) ପୋର୍ଟାଲରେ ଦେବା ଲାଗି ବାଧ୍ୟତାମୂଳକ କରାଯାଇଛି। ସମସ୍ତ ବିମାନବନ୍ଦରରେ ଟେଷ୍ଟିଂ କରାଯାଉଛି। ଟେଷ୍ଟ ଯଦି ପିଜିଟିଭ ଆସିଲା ତାଙ୍କୁ ତୁରନ୍ତ ଆଇସୋଲେସନକୁ ପଠାଯିବ। ଯଦି ନେଗେଟିଭ ଆସିଲା ତାଙ୍କୁ ହୋମ କ୍ୱାରେଣ୍ଟାଇନରେ ଛଡା ଯିବ । ୭ ଦିନ କ୍ୱାରେଣ୍ଟାଇନରେ ରହିବା ପରେ ଅଷ୍ଟମ ଦିନ ତାଙ୍କର ପୁଣି ଥରେ ଟେଷ୍ଟ କରାଯିବ। ଯେହେତୁ ବିଦେଶ ଫେରନ୍ତା ବିମାନ ବନ୍ଦରରେ ଟେଷ୍ଟ କରି ଆସୁଛନ୍ତି ତେଣୁ ଆମେ ବର୍ତ୍ତମାନ ସେମାନଙ୍କୁ ଟ୍ରେସ କରି ଅଷ୍ଟମ ଦିନ ତାଙ୍କର ଆରଟିପିସିଆର ଟେଷ୍ଟ କରିବାକୁ ପଦକ୍ଷେପ ନେଇଛୁ । ଯଦି ଏହି ଅଷ୍ଟମ ଦିନ ତାଙ୍କର ପିଜେଟିଭ ଆସିଲା ସେ ଆଇସୋଲେସନକୁ ଯିବେ ନଚେତ ଆଉ ୭ ଦିନ ତାଙ୍କୁ ସେଲଫ ଅଵଜରଭେସନରେ ରଖାଯିବ। ମୋଟ ୧୪ ଦିନ ତାଙ୍କୁ ସଙ୍ଗରୋଧରେ ରହିବାକୁ ହେବ । ଆଉ ଯେଉଁ ମାନଙ୍କର ପିଜେଟିଭ ଆସିବ ତାଙ୍କର ଜିନମ ସିକ୍ୟୁସେନିଂ କରାଯିବ ।
ସବୁ ପରିସ୍ଥିତିକୁ ମୁକାବିଲା ପାଇଁ ସରକାର ପ୍ରସ୍ତୁତ। ଆମେ ଆଡଭାଇଜାରି ଦେଇଛୁ । ସ୍ୱତନ୍ତ୍ର ଭାବେ ଭୁବନେଶ୍ୱର ବିଏମସି ଏବଂ ଝାରସୁଗୁଡ଼ା ଜିଲାପାଳଙ୍କୁ ଆମେ କହିଛୁ ଯଦି କାହାର ଘରେ କ୍ୱାରେଣ୍ଟାଇନ ପାଇଁ ବ୍ୟବସ୍ଥା ହେଉନି ତାଙ୍କ ପାଇଁ କ୍ୱାରେଣ୍ଟାଇନ ବ୍ୟବସ୍ଥା କରିବେ । ଯଦି ସେମାନଙ୍କ ଭିତରୁ କେହି ପିଜେଟିଭ ବାହାରିଲେ କିଛି ନିର୍ଦ୍ଧିଷ୍ଟ ମେଡିକାଲରେ ବ୍ୟବସ୍ଥା କରିବା ବନ୍ଦୋବସ୍ତ ଚାଲିଛି। କାରଣ ଏମାନେ ଅନ୍ୟ କୋଭିଡ ରୋଗୀଙ୍କଠୁ ଅଲଗା ହୋଇ ଚିକିତ୍ସା ହେବେ। ଏବେ ଠୁ ସର୍ଭିଲାନ୍ସ ଆହୁରି ବଢ଼ିବ। ବିଶେଷ କରି ବିଦେଶ ଫେରନ୍ତାଙ୍କ ଉପରେ ଆମେ ତୀକ୍ଷଣ ନଜର ରଖୁଛୁ।
The post ଓମିକ୍ରନ ସଂକ୍ରମଣ ବିପଦ ଥିବା ଦେଶରୁ ଓଡ଼ିଶାକୁ ବର୍ତ୍ତମାନ ସୁଦ୍ଧା ୩୮୦ ଜଣ ଫେରିଛନ୍ତି: ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ first appeared on Sambad.from କରୋନା | Sambad https://ift.tt/3EgskpD
0 Comments