ଭୁବନେଶ୍ୱର: ଓମିକ୍ରନ ସଂକ୍ରମଣକୁ ରୋକିବା ପାଇଁ ବଡ଼ଦିନ ଓ ନୂଆବର୍ଷ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ କଟକଣା ଜାରି କରାଯାଇଛି। ଡିସେମ୍ବର ୨୫ରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ ବୋଲି ନୂଆ ମାର୍ଗଦର୍ଶିକାରେ କୁହାଯାଇଛି। ବଡ଼ଦିନ ପାଳନ କେବଳ ଗୀର୍ଜା ଭିତରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ଦିଆଯାଇଛି।
ଅପରପକ୍ଷରେ ଜିରୋ ନାଇଟ୍ ସେଲିବ୍ରେସନକୁ ସଂପୂର୍ଣ୍ଣ ବାରଣ କରାଯାଇଛି। ହୋଟେଲ, କ୍ଲବ, ରେଷ୍ଟୁରାଣ୍ଟରେ ନୂଆ ବର୍ଷକୁ ସ୍ୱାଗତ କରିବାକୁ କୌଣସି ପ୍ରକାରର କାର୍ଯ୍ୟକ୍ରମ କରିବାକୁ ବି ମନା କରାଯାଇଛି।ଜିରୋ ନାଇଟ ସେଲିବ୍ରେସନ ସମ୍ପୂର୍ଣ୍ଣ ବନ୍ଦ ରହିବ। ହୋଟେଲ, କ୍ଲବ, ରେଷ୍ଟୁରାଣ୍ଟରେ ସମ୍ପୂର୍ଣ୍ଣ ନୂଆବର୍ଷ ପାଳନ ବନ୍ଦ ରହିବ। ପାର୍କ,କନଭେସନ ହଲ ଓ କଲ୍ୟାଣ ମଣ୍ଡପରେ ନୂଆବର୍ଷ ପାଳନ ଉପରେ କଟକଣା ଲଗାଯାଇଛି। ଏହି ସମୟରେ ବାହାଘର ବ୍ୟତୀତ ଅନ୍ୟସବୁ ଉତ୍ସବ ଉପରେ ରୋକ୍ ଲଗାଯାଇଛି। ହେଲେ ରିସେପସନ୍ ଭୋଜିକୁ ବାରଣ କରାଯାଇଛି।

ଅନ୍ତିମ ସଂସ୍କାର ସମୟରେ କୋଭିଡ ନିୟମକୁ କଡ଼ାକଡ଼ି ପାଳନ କରାଯିବାକୁ ବି ଏଥିରେ କୁହାଯାଇଛି। ତା’ଛଡ଼ା ଏହି ସମୟରେ ଶୋଭାଯାତ୍ରା, ଅର୍କେଷ୍ଟ୍ରା, ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବି ବାରଣ କରାଯାଇଛି। ଏନେଇ ଜିଲ୍ଲାପାଳ, ମ୍ୟୁନସିପାଲ କମିସନର୍, କଟକ- ଭୁବନେଶ୍ବର ପୁଲିସ୍ କମିସନରଙ୍କୁ କୋଭିଡ ନିୟମକୁ କଡ଼ାକଡ଼ି ପାଳନ କରାଯିବାକୁ ବି ନିର୍ଦେଶ ଦିଆଯାଇଛି। ଦରକାର ପଡ଼ିଲେ ଅଧିକ କଟକଣା ଲଗାଇବାକୁ ବି ସେମାନଙ୍କୁ ଅନୁମତି ଦିଆଯାଇଛି।

The post ଓମିକ୍ରନ ସଂକ୍ରମଣକୁ ରୋକିବା ପାଇଁ ବଡ଼ଦିନ ଓ ନୂଆବର୍ଷ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ କଟକଣା first appeared on Sambad.

from କରୋନା | Sambad https://ift.tt/3muEYuA