ଭୁବନେଶ୍ବର: ଇସ୍ପାତ ଓ ଖଣି ବିଭାଗର ୧୫ ଜଣ କର୍ମଚାରୀ ଗୁରୁବାର ଦିନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କରେନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ପାଇଁ ସମସ୍ତଙ୍କର ଚିନ୍ତା ଥିବା‌ ବେଳେ ଏକକାଳୀନ ଗୋଟିଏ ବିଭାଗର ୧୫ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଥିବାରୁ କର୍ମଚାରୀମାନେ ଭୟଭୀତ ହୋଇଯାଇଛନ୍ତି। ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଓ ଆସନ୍ତାକାଲି ଅଫିସ୍‌ ବନ୍ଦ ରଖାଯାଇଛି। ଏହି ସମୟ ମଧ୍ୟରେ କାର୍ଯ୍ୟାଳୟକୁ ସାନିଟାଇଜ୍‌ କରାଯିବ। କର୍ମଚାରୀମାନେ ରୋଷ୍ଟର ଡ୍ୟୁଟି କରିବେ। କିଛି କର୍ମଚାରୀ ଘରୁ ଅନ୍‌ଲାଇନ୍‌ରେ କାମ କରିବେ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୯୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୭୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୨୬ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୪ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

The post ଇସ୍ପାତ ଓ ଖଣି ବିଭାଗର ୧୫ ଜଣ କର୍ମଚାରୀ କରୋନା ପଜିଟିଭ୍‌, ୨ ଦିନ କାର୍ଯ୍ୟାଳୟ ବନ୍ଦ first appeared on Sambad.

from କରୋନା | Sambad https://ift.tt/3oWAa2G