
ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ଆଉ ୪ଜଣ କୋଭିଡ୍ ରୋଗୀ ‘ଓମିକ୍ରନ୍ କରୋନାଭାଇରସ୍’ଦ୍ବାରା ଆକ୍ରାନ୍ତ ହୋଇଥିବା କଥା ପରୀକ୍ଷା ପରେ ଜଣାପଡ଼ିଛି। ଏହାକୁ ମିଶାଇ ଏହି ‘ସୁପର୍-ଭେରିଏଣ୍ଟ୍’ଦ୍ବାରା ଏଯାବତ୍ ଦିଲ୍ଲୀରେ ୧୦ଜଣ ବ୍ୟକ୍ତି ଆକ୍ରାନ୍ତ ହେଲେଣି। ଏହାକୁ ମିଶାଇ ସମଗ୍ର ଦେଶରେ ଓମିକ୍ରନ୍ଦ୍ବାରା ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୭୭କୁ ବୃଦ୍ଧି ପାଇଛି।
ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ କହିଛନ୍ତି, ସମ୍ପ୍ରତି ୯ଜଣ ଓମିକ୍ରନ୍ ରୋଗୀ ଦିଲ୍ଲୀର ‘ଏଲ୍ଏନ୍ଜେପି ହସ୍ପିଟାଲ୍’ରେ ଭର୍ତ୍ତି ହୋଇଛନ୍ତି। ପୂର୍ବରୁ ଜଣେ ରୋଗୀଙ୍କୁ ଘରକୁ ବିଦା କରିଦିଆଯାଇଛି। ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀମାନଙ୍କ ମଧ୍ୟରୁ କାହାରି ସ୍ବାସ୍ଥ୍ୟାବସ୍ଥା ସାଙ୍ଘାତିକ ନାହିଁ।
ଜୈନ୍ ଆହୁରି ମଧ୍ୟ କହିଛନ୍ତି, ଏବେ ‘ଏଲ୍ଏନ୍ଜେପି ହସ୍ପିଟାଲ୍’ରେ ୪୦ଜଣ କୋଭିଡ୍ ରୋଗୀ ଭର୍ତ୍ତି ହୋଇଛନ୍ତି। ଆଜି ସକାଳେ ୮ଜଣ ସନ୍ଦିଗ୍ଧ ବିମାନ ବନ୍ଦରରୁ ଆସିଛନ୍ତି। ବିମାନ ବନ୍ଦରରୁ ଆସୁଥିବା ଅନେକେ କୋଭିଡ୍ ପଜିଟିଭ୍ ହୋଇଥିବା ଜଣାପଡୁଛି। ‘ଏଲ୍ଏନ୍ଜେପି ହସ୍ପିଟାଲ୍’ରେ କେବଳ ଓମିକ୍ରନ୍ ଆକ୍ରାନ୍ତଙ୍କ ପାଇଁ ଏକ ୱାର୍ଡ ବ୍ୟବସ୍ଥା କରାଯାଇଛି। ସେ ୱାର୍ଡର ଶଯ୍ୟାସଂଖ୍ୟା ୪୦ ରୁ ୧୦୦କୁ ବୃଦ୍ଧି କରାଯାଇଛି।
ଏପର୍ଯ୍ୟନ୍ତ ଓମିକ୍ରନ୍ ଭେରିଏଣ୍ଟ୍ର ଗୋଷ୍ଠୀସଂକ୍ରମଣ ହୋଇ ନାହିଁ ଏବଂ ପରିସ୍ଥିତି ନିୟନ୍ତ୍ରଣ ମଧ୍ୟରେ ରହିଛି ବୋଲି ଗୁରୁବାର ଦିନ ସ୍ବାସ୍ଥ୍ୟମନ୍ତ୍ରୀ ଜୈନ କହିଥିଲେ।
The post ୪ଟି ନୂଆ ମାମଲା ଚିହ୍ନଟ ପରେ ଦିଲ୍ଲୀରେ ସମୁଦାୟ ‘ଓମିକ୍ରନ୍’ ଆକ୍ରାନ୍ତଙ୍କ ସଂଖ୍ୟା ୧୦କୁ ବୃଦ୍ଧି first appeared on Sambad.from କରୋନା | Sambad https://ift.tt/3q0hfn1
0 Comments